STORYMIRROR

Ramesh takri

Others

3  

Ramesh takri

Others

ମିଠା ମିଠା କଥା

ମିଠା ମିଠା କଥା

1 min
188

 ରୂପ ରାଇଜର.    ରୂପସୀ ଲଳନା

      ପ୍ରେମମୟୀ ପ୍ରେମଲତା

ପ୍ରେମର ଚାହାଣୀ     ଲାଜମିଶା ହସ

      ଝରେ ମିଠା ମିଠ କଥା।


ଚୋରା ଚାହାଣୀରେ    ଭରି ଦିଏ ମନେ

      ପ୍ରିତୀର ପୁଲକ ଆଣି

ଆଖିରେ ଆଉ     ତା' ମୁରୁକି ହସରେ

     କହେ ସେ ପ୍ରେମ କାହାଣୀ


ଦେଖିଲେ ସରମେ     ସାଜେ ଲାଜକୁଳୀ

     ଲାଜେ ଭିଜି ପୋତେ ମଥା ।


ଶୀତଳ ଚନ୍ଦନ     ତା' ଚମ୍ପା ଦେହରେ

     ଅମାନିଆ ଯଉବନ

ହସି ଦେଲେ ସିଏ     ହୃଦୟ ଚହଲେ

     ଛନ ଛନ ହୁଏ ମନ


ମିଠା ମିଠା କଥା     କହିଦେଲେ ଲିଭେ

     ମୋ ମନ ତଳର ବ୍ଯଥା ।


ଅଜଣାତେ ଆସି     ପସିଗଲା ଦିନେ

     ମୋ ଭାବନା ଉପବନେ

ଭଲ ପାଏ ବୋଲି     କହି ଦେବାକୁ ମୁଁ

     ଭାବିଗଲି ମନେ ମନେ 


ନିରୋଳାରେ ଯେବେ     ପଚାରି ଦେଲି ମୁଁ

     ଲାଜେ ନୁଆଁଇଲା ମଥା ।

     


     


Rate this content
Log in