Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ମିତା ଓ ଟିକି ଚଢେଇ

ମିତା ଓ ଟିକି ଚଢେଇ

1 min
355



ମିତା ଡାକିଲା ଆକାଶେ ଚାହିଁ 

      ଆ' ରେ ଆ' ଟିକି ଚଢେଇ 

ହୋଇବା ଆମେ ସାଙ୍ଗ,

      ବୁଲିବା ବଣ ପାହାଡ ନଈ

      ତୋଳିବା ଫୁଲ ବଗିଚା ଯାଇଁ

ନାଲି ନେଳିଆ ରଙ୍ଗ ।


ଖେଳିବା ଖେଳ ଜାତି ଜାତିକା

      ତୋଳିବା ଘର ସତସତିକା

କାଠି କୁଟାକୁ ଆଣି,

      ଯିବାରେ ଆମେ ମାମୁଁ ଘରକୁ

      କହିବା ଯାଇଁ ଅଜା ଆଈଙ୍କୁ

ଦେବେ କଣ୍ଢେଇ କିଣି ।


ତୋଅର ପୁଅ ମୋଅର ଝିଅ

      ହସ ଖୁସିର ଝରିବ ସୁଅ

କଣ୍ଢେଇ ବାହାଘର,

      ରାନ୍ଧିବା ଭାତ ଡାଲି ତିଅଣ

      ପରଶି ଦେବା ଜଣକୁ ଜଣ

ମିଳିବ ଉପହାର ।


ଉଠିବା ଆମେ ସକାଳୁ ନିତି

     ଧରିବା ଯାଇଁ ପରଜାପତି

ଗାଇବା ଆମେ ଗୀତ,

     କହିବା ନାହିଁ ଟିକିଏ ମିଛ

     ରଖିବା ପରିବେଶକୁ ସ୍ବଚ୍ଛ 

ହେବାରେ ଆମେ ମିତ ।


ଶୁଣିଲା ସବୁ ଟିକି ଚଢେଇ 

     ହରଷେ ଦେଲା ମୁଣ୍ଡ ହଲାଇ 

ଆକାଶେ ଉଡିଗଲା,

     କହିଲା ସାଙ୍ଗ- ଯାଉଛି ଚାଲି

     ପାହିଲେ ରାତି ଆସିବି କାଲି

ମିତା ତ ଚାହିଁଥିଲା ।



Rate this content
Log in