Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

ମିତା : ମୁଁ ତୁମକୁ ପାଇଅଛି

ମିତା : ମୁଁ ତୁମକୁ ପାଇଅଛି

1 min
179


ମିତା :

ମୁଁ ତୁମକୁ ପାଇଅଛି: ମୁକ୍ତି ଶତଦଳର କବିତା

ମାନଙ୍କରେ

ସମୃଦ୍ଧି ଓ ସାମଗ୍ରିକ ଉନ୍ନୟନର ନିବା

ଦିଗନ୍ତରେଏକ ଚିରହରିତ୍ ବନାନୀର ପତ୍ରଝଡା

ଋତୁରେ ।

ତୁମକୁ ମୁଁ ପାଇଥିଲି: ପ୍ରାକ୍ ମୌସୁମୀର

ଆଗମନୀ ବେଳାରେ

ଋତୁରାଜ ବସନ୍ତର ଅନନ୍ତପୌବନା ରାଜ୍ୟରେ

ପହଲି ଦେଖାରେ ପୁଲକରେ- ପ୍ରଥମ ସ୍ପର୍ଶର

: ଶିହରଣରେ

ଏବେ ମୁଁ ତୁମକୁ ଖୋଜିବି: ନିର୍ଭୟାର

ଆର୍ତ୍ତଚିତ୍କାରରେ ସାମାଜିକ ଆତ୍ମସମୀକ୍ଷାରେ

ଆତଙ୍କବାଦର ମୂଳୋତ୍ପାଟନରେ- ମୌଳବାଦୀ

ସ୍ଫୁଲିଙ୍ଗର ନିର୍ବାପନରେ

ବୈଷମ୍ୟବିହୀନ ସମାଜ ଗଠନର ସକ୍ରିୟତା

ସାଧନାରେ

କ୍ଷୁଧା, ଦାରିଦ୍ର୍ୟ ମୁକ୍ତ ବିଶ୍ଵର ସୁନେଲି ସପନରେ

ପାରଦର୍ଶୀ, ସ୍ୱଚ୍ଛ ପ୍ରଶାସନରେ- ଦୃଢ଼

ରାଜନୈତିକ ଇଚ୍ଛାଶକ୍ତି ଭରା ରାଷ୍ଟ୍ରନୀତିରେ

ସମତୁଲ ଆର୍ଥିକ ବିକାଶରେ- ଦାଦନର

ବିସ୍ତୃତିରେ

ଚାଷୀ ଆତ୍ମହତ୍ୟାର ସକାରାତ୍ମକ

ନିରାକରଣରେ- ପ୍ରଚେଷ୍ଟାରେ

ଐକ୍ୟବଦ୍ଧ, ଯୁଗାନ୍ତକାରୀ ଆନ୍ଦୋଳନର

ଅୟମାରମ୍ଭରେ



Rate this content
Log in