Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

4  

Sanjya Tripathy

Others

ମିତା (୪)

ମିତା (୪)

1 min
216


ମିତା :

ମୁଁ ତୁମକୁ ପାଇଅଛି: ମୁକ୍ତି ଶତଦଳର କବିତାମାନଙ୍କରେ

ସମୃଦ୍ଧି ଓ ସାମଗ୍ରିକ ଉନ୍ନୟନର ନବଦିଗନ୍ତରେ

ଏକ ଚିରହରିତ୍ ବନାନୀର ପତ୍ରଝଡା ଋତୁରେ ।


ତୁମକୁ ମୁଁ ପାଇଥିଲି: ପ୍ରାକ୍ ମୌସୁମୀର

ଆଗମନୀ ବେଳାରେ

ଋତୁରାଜ ବସନ୍ତର ଅନନ୍ତପୌବନା ରାଜ୍ୟରେ

ପହଲି ଦେଖାରେ ପୁଲକରେ- ପ୍ରଥମ ସ୍ପର୍ଶର : ଶିହରଣରେ

ଏବେ ମୁଁ ତୁମକୁ ଖୋଜିବି: ନିର୍ଭୟାର ଆର୍ତ୍ତଚିତ୍କାରରେ 

ସାମାଜିକ ଆତ୍ମସମୀକ୍ଷାରେ

ଆତଙ୍କବାଦର ମୂଳୋତ୍ପାଟନରେ- ମୌଳବାଦୀ

ସ୍ଫୁଲିଙ୍ଗର ନିର୍ବାପନରେ

ବୈଷମ୍ୟବିହୀନ ସମାଜ ଗଠନର ସକ୍ରିୟତା ସାଧନାରେ

କ୍ଷୁଧା, ଦାରିଦ୍ର୍ୟ ମୁକ୍ତ ବିଶ୍ଵର ସୁନେଲି ସପନରେ

ପାରଦର୍ଶୀ, ସ୍ୱଚ୍ଛ ପ୍ରଶାସନରେ- 

ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଭରା ରାଷ୍ଟ୍ରନୀତିରେ

ସମତୁଲ ଆର୍ଥିକ ବିକାଶରେ- ଦାଦନର ବିସ୍ମୃତିରେ

ଚାଷୀ ଆତ୍ମହତ୍ୟାର ସକାରାତ୍ମକ ନିରାକରଣରେ- ପ୍ରଚେଷ୍ଟାରେ

ଐକ୍ୟବଦ୍ଧ, ଯୁଗାନ୍ତକାରୀ ଆନ୍ଦୋଳନର ଅୟମାରମ୍ଭରେ



Rate this content
Log in