ମିଳନ
ମିଳନ
ରାତି ଅଧେ
ଆଖିରେ ନେଇ
ଆଖିଏ ନିଦ ସାଥେ....
ଦି'ନିର୍ମଳ ହୃଦୟ
କ୍ଷଣିକ ପାଇଁ ତ୍ୟାଗୀ ଶରୀର
ଚାଲିଛନ୍ତି ମିଳନ ଅଭିଳାଷେ.....
କରୁଛନ୍ତି ଗମନ ଆକାଶ ପଥେ
କି ଅଦ୍ଭୁତ !ଏ ମିଳନ ଦେଖ
ସଜ ପ୍ରେମ ର ଏକ ଅଲିଭା ଲେଖ......
ମଣିତୁଲ୍ୟ ତାରାଗଣ ଜଳୁଛନ୍ତି ହୋଇ ପ୍ରଦୀପ
ଚାନ୍ଦ ବି ଆସି ଲଗାଇ ମୋହର
ଦେଲାଣି ବରଷାଇ ଆଞ୍ଜୁଳାଏ ଆଶିଷ......
ବାଇରୀ ବିହୀନ ଗଗନେ
ପ୍ରତି ପୂର୍ଣ୍ଣିମା ରାତ୍ରେ ହୁଏ ଏ ମିଳନ
ଶୀତଳ ଛାୟାର ମୃଦୁ ଶୀତଳ ମଳୟ ର ମହକେ
ଚତୁର୍ଦିଗେ ଅଜଵ ଏ ପ୍ରେମ ସୁବାସ ଚହଟେ.........
ରାତକରେ ଗାଇ ଯାଆନ୍ତି ଦି' ହୃଦୟ
କେତେ ଯୁଗର ଅସରନ୍ତି ପ୍ରେମ ଗାଥା
ସତେ ଯେମିତି ଗୋଟିଏ କାହ୍ନ। ଆଉ ଗୋଟେ ରାଧା.....
ଏ ଟିକକ ମିଳନ ପାଇଁ
କେତେ ଯୁଗରୁ ଅପେକ୍ଷାରତ କି ସତେ
କେତେ ଜନମ ର ପିପାସା ମେଣ୍ଟିଯାଏ ଏଇ ଏକ ମୁହୂର୍ତ୍ତେ......
ନ ପାହାନ୍ତା କି ଏ ରାତି
ରହି ଯାଆନ୍ତା କି ପ୍ରେମ ର ଏ ପୂର୍ଣ୍ଣମୀ
ଚିରନ୍ତନ ...ଏ ପ୍ରେମ କୁ ବଜାୟ ରଖି.......
ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ
