STORYMIRROR

Sangeeta Barik

Others

3  

Sangeeta Barik

Others

ମିଳନ

ମିଳନ

1 min
116

ସୂର୍ଯ୍ୟ ଯେବେ ନଇଁ ଯାଏ

  ପଶ୍ଚିମ ଘାଟରେ,

ଚନ୍ଦ୍ର ଆସେ ସ୍ମିତ ହସି

   ନିଶି ଓଢଣୀରେ ।


ସିଞ୍ଚିଦିଏ ଶୀତଳତା

  ଧରା ଧମନୀରେ,

ପୁଲକତା ଭରିଯାଏ

   ପ୍ରତିଟି ପ୍ରାଣରେ ।


କମନୀୟ ଶୁଭ୍ରକାନ୍ତି

   ପ୍ରେମସିକ୍ତ କରେ,

ପ୍ରେମୀ ଯୁଗଳ ହଜନ୍ତି

   ବାହୁ ବନ୍ଧନରେ ।


ଚନ୍ଦ୍ରର ନଜର ଥାଏ

   ସରୋବରେ ଲାଖି,

କଇଁ ହସୁଥାଏ ଜଳେ

  ପ୍ରତିବିମ୍ବ ଦେଖି ।


ନିଃସ୍ଵାର୍ଥ ପ୍ରେମ ଅଟଇ

   ଶୁଭ୍ର ଚିରନ୍ତନ,

ଆତ୍ମା ଯହିଁ ଖୋଜୁଥାଏ

   ଆତ୍ମାର ମିଳନ ।


 


Rate this content
Log in