STORYMIRROR

Bijaya Ketan Sahu

Others

2  

Bijaya Ketan Sahu

Others

ମିଳନ ତୀର୍ଥ-ପ୍ରଭୁ ଜଗନ୍ନାଥ

ମିଳନ ତୀର୍ଥ-ପ୍ରଭୁ ଜଗନ୍ନାଥ

1 min
13.6K


ସକଳ ଧାମ ଯେ ତବ ପଦ୍ମପାଦେ

ଦେଖଇ ଯେଣୁ ମୋ ନେତ୍ର

ସର୍ବ ପୂଣ୍ୟ ପୀଠ, ପ୍ରଭୁ ଜଗନ୍ନାଥ

ମହାମିଳନର ତୀର୍ଥ (ଘୋଷା)

ଭ୍ରମିଥିଲି ଦିନେ ପୂଣ୍ୟ କ୍ଷେତ୍ରମାନ

କାଶୀ ଗୟା ବୃନ୍ଦାବନ

ଯେଉଁ ଧାମେ ଗଲି, ତୁମକୁ ପାଇଲି

ହେ ପ୍ରଭୁ ପୁରୁଷୋତ୍ତମ

କରୁଣା ମଂଦ୍ରିତ ତୁମ ପ୍ରୀତିଧାରା

ସର୍ବତ୍ର ଯେ ପ୍ରବାହିତ.....(୧)

ପ୍ରେମର ମାଧୁର୍ଯ୍ୟ ରସମୟ ତୁମେ

ଲୀଳାମୟ ଭଗବାନ

ତୁମେ କୃଷ୍ଣ, ରାଧା, ବଂଶୀ, ଗୋପଙ୍ଗନା

ତୁମେ ରାସ, ବୃନ୍ଦାବନ

ହେ ନିର୍ବାଣଦାତା ନିବାରିତ କର

ଏଇ ମୋ ତୃଷାର୍ତ୍ତ ଚିତ୍ତ....(୨)

ସାହିତ୍ୟରେ ତୁମେ ଶାବ୍ଦିକ ସମ୍ଭାର

ବିଜ୍ଞାନେ ଶେଷ ସିଦ୍ଧାନ୍ତ

ପ୍ରଣବରେ ତୁମେ ପରମ ଦର୍ଶନ

ଚରମ ତତ୍ତ୍ୱ ବେଦାନ୍ତ

ସଙ୍ଗୀତେ ତୁମେ ସପ୍ତସୁର ଝଙ୍କାର

ନାହିଁ ତୁମ ଆଦି ଅନ୍ତ.....(୩)

ଲାଖି ତ ଯାଇଛି ଆଖିରେ ମୋହରି

ତୁମରି ରୂପ ମାଧୁରୀ

ଆକାଶେ ବତାସେ ତୁମ ଛବି ଦେଖେ

ପ୍ରଭୁ ନୀଳାଦ୍ରି ବିହାରୀ

ପୂର୍ଣବ୍ରହ୍ମ ରୂପେ ପ୍ରତି ଜୀବ ପ୍ରାଣେ

ତୁମେ ପ୍ରଭୁ ବିରାଜିତ.....(୫)

କାୟା ବିନା ଛାୟା ରହି କି ପାରଇ

ପତି ବିନା ଅବା ଜାୟା

ମାୟାରେ ପତିତ ଜଗତ କି ସ୍ଥିତ

ନୋହିଲେ ତୁମରି ଦୟା

ଏଣୁ ଏ ଜୀବନ ସମର୍ପି ଦେଇଛି

ତୁମେ ମୋ ଜୀବନ-ନାଥ.....(୬)

***********

Bijaya Ketan Sahu


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍