ମିଳନ ଓ ବିଚ୍ଛେଦ
ମିଳନ ଓ ବିଚ୍ଛେଦ
ସମୟ ସ୍ରୋତରେ ମିଳନ ବିଚ୍ଛେଦ
ଘଟିଥାଏ ପଥେ ପଥେ l
ମିଳନରେ ଲଭେ ଅପାର ଆନନ୍ଦ
ବିତଇ ଦିନ ସାଥେ l
ହସ ଲୁହ ସବୁ ନିଅଇ ସାଉଁଟି
ସେଇ ପ୍ରୀତି ସମ୍ପର୍କରେ l
ବେଳୁ ବେଳ ବନ୍ଧନ ହୁଏ ସୁଦୃଢ
ପ୍ରାଣରେ ସନ୍ତୋଷ ଭରେ l
ବିଚ୍ଛେଦ ବେଦନା କେଡେ ଯେ ଗହନ
ଜାଣିଥାଏ ଦଗ୍ଧ ପ୍ରାଣ l
ପ୍ରତି ମୁହୂର୍ତ୍ତରେ ଅକୁହା ଯନ୍ତ୍ରଣା
ନୟନେ ଲୋତକ ପୂର୍ଣ୍ଣ l
ନିରତେ ଖୋଜେ ସେ ଅଭୁଲା ଅତୀତ
ହୃଦୟ ହୁଏ ଆନ୍ଦୋଳିତ l
ଅଫେରା ବାଟୋଇ ଛାଡି ଚାଲି ଯାଏ
ଚାହିଁ ରହିଥାଏ ପଥ l
ପଦ ଚିହ୍ନ ତାର ଅମଳିନ ସ୍ମୃତି
ସାଇତା ମନ ମନ୍ଦିରେ l
ସ୍ମୃତିକୁ ପାଥେୟ କରି ଚାଲିବାକୁ ହେବ
ଜୀବନର ଅଙ୍କାବଙ୍କା ବାଟରେ l
ବିଚ୍ଛେଦ କାଳରେ ମିଳନର ଆଶା
ଆକାଶରେ ଚାନ୍ଦ ପରି l
ହାତ ପାହାନ୍ତରେ ନ ପାଇବୁ ତାକୁ
ବୃଥା ପ୍ରୟାସ ତୋହରି l
