Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Others

3  

ZYOTSNA PATRAW

Others

ମିଳିଗଲା ପ୍ରେମ ମୋର

ମିଳିଗଲା ପ୍ରେମ ମୋର

1 min
392



ଫେରି ଆସ ପ୍ରିୟା ହାତ ଗଣ୍ଠି ଖୋଲି

ଚାଲିଯିବା ବହୁଦୂର

ମନେପଡ଼ୁନି କି ତୁମ ପ୍ରତିଶ୍ରୁତି

ସ୍ବପ୍ନ ହୁଏ ଛାରଖାର ।


ହାରିବାନି ବୋଲି ପଣ କରିଥିଲେ

ପାଖେ ପାଖେ ଥିବା ରହି

ଦୁଃଖ ଆଉ ସୁଖ ସହିଯିବା ପାଇଁ

କେତେ ଯେ ନ ଥିଲ କହି ।


ମନ୍ଦିର ବେଢାରେ ଅନେକ ସଞ୍ଜରେ

ସାଇଁଙ୍କୁ ଜୁହାର କରି

କେବେ ତୁମେ ଯାଅ ଅଭିମାନେ ରୁଷି

ମିଛ ଛଳନା ଯେ କରି ।


କହିଥିଲ ତୁମେ ବଞ୍ଚିପାରିବନି

ଛାଡିବନି ମୋତେ ତିଳେ

ଆଜି କାହିଁ ତୁମେ ନିରବେ ବସିଛ

ବିରହରେ ମୁହିଁ ଜଳେ ।


ଯଦି ତୁମେ ପ୍ରିୟା ଉଠି ଆସିବନି

ଧରିବନି ମୋର ହାତ

ହାରିଦେବି ମୋର ଏଇ ଜୀବନଟି

ପ୍ରେମ ମୋର ହେବ ସତ ।


ବେଦୀର ନିଆଁରେ ମୋ ଶରୀର ହାଡ

ଯାଉଥିବ ଯେବେ ଜଳି

ତୁମେ ଗୋ ପ୍ରିୟା ଓଢଣୀର ତଳେ

ଲୁହରେ ଦେବ ଅଞ୍ଜଳି ।


ତୁମ ଲୁହ ଧାର ଭସାଇ ଯେ ନେବ

ଅସ୍ଥି ଭସ୍ମ ମୋ ଦେହର

ଭାବିବି ତୁମେ ଗୋ ଅସିଗଲ ସାଥି

ମିଳିଗଲା ପ୍ରେମ ମୋର ।


Rate this content
Log in