STORYMIRROR

Chittaranjan Nanda

Others

4  

Chittaranjan Nanda

Others

ମିଳି ମିଶି ଚଳିବାରେ

ମିଳି ମିଶି ଚଳିବାରେ

1 min
200

ସ୍ଵାର୍ଥ ତ ସମସ୍ତଙ୍କ ଅଛି, କିନ୍ତୁ ନିଜ ସ୍ଵାର୍ଥ 

ପାଇଁ କଳୁଷ ଦୃଷ୍ଟିରେ

ପର ଅହିତ ଯିଏ ଚାହେଁ, ସିଏ ବୋଲାଏ 

ସ୍ଵାର୍ଥପର ଏଇ ଦୁନିଆରେ 


ହେ ମଣିଷ, ବିଚାର କର, ଯିଏ ଯହିଁ ଥାଆନ୍ତୁ, 

କୋଣେ ଅନୁକୋଣେ, ପିମ୍ପୁଡ଼ି ଦଳ

ଦରକାର ବେଳେ ଦେଖାଇବା ପାଇଁ ତାଙ୍କର

ଅସଲ ବଳ, ଏକାଠି ଆସି ହୁଅନ୍ତି ମେଳ


ହେ ମଣଷ ଭଉଣୀ ଭାଇ, ବିଧାତା ଦୃଷ୍ଟିରେ 

କେ ନୁହେଁ ତ ସାନ କିଏ ବି ବଡ଼

କାହିଁକି ବିଚାର କରୁଛ, ଜାତି ଧର୍ମ ଗୋଷ୍ଠୀ 

ନାମେ ନୀଚ ବା ଉଚ୍ଚ, ତାହାକୁ ଛାଡ଼


ଜୀବନରେ ଯେଉଁ କିଛି କିଛି ବନ୍ଧୁ ଆସିଛନ୍ତି 

ସମ୍ବନ୍ଧେ ସମ୍ପର୍କ ହୋଇଛି ଆମର 

କିଛି ଲୋକ ଆହା, ସାହା, ଭରସା, ପ୍ରେରଣା

 ଓ ବାଟ ଦେଖାଇଛନ୍ତି ବଂଚାଇବାର


ସେମାନଙ୍କ ଶକତି, ସ୍ନେହ, ପ୍ରେମ, ଦରକାରୀ 

ମେଳ ଗଢିବାର ବିଚାର ଉଦ୍ୟମରେ

ସେମାନଙ୍କ ଆଦାନ ପ୍ରଦାନ ବିନିଯୋଗ ସହ 

ଯୋଗ ଖେଳୁଛି ତ ମାନସ ପଟରେ


ସବୁ ବିପଦରେ ସାଥୀଟିଏ ହୋଇ ଯିଏ ସୁଖ 

ଦୁଃଖ ବେଳେ ହୁଏ ସାହାରା

ହୃଦୟରେ ସ୍ଥାନ ପାଇ ଥାଏ, ରହେ ସେ ଛାଇଟି 

ଭଳି, ସେ ବନ୍ଧୁତ୍ୱ ଅଟେ ନିଆରା


ମନ ଖୋଜୁଥାଏ ତାକୁ, କଥା ହୋଇଗଲେ ଦୁଇ 

ପଦ ମନରୁ ବେଦନା ଯାଏ ଦୂରେଇ,

ପରସ୍ପର ମନ କଥା ବୁଝି ଥାଆନ୍ତି, ଦୁଃଖ କଷ୍ଟ

ଯେତେ ଯାଏ ଉଭେଇ


କୃଷ୍ଣ ସୁଦାମାଙ୍କ ଭଳି ପ୍ରକୃତ ବନ୍ଧୁଟେ ମିଳିବା 

ହେଲାଣି କଷ୍ଟ ପୁଞ୍ଜିବାଦୀ ସମାଜରେ

ଏହା ଧୃବ ସତ୍ୟ, ଅବଶ୍ୟ ସମାନ ବିଚାର ଥାଇ

ମିଳିବା କଷ୍ଟ ଏଇ ସଂସାରେ


ମଣିଷ ଏକ ସାମାଜିକ ପ୍ରାଣୀ, ଭିନ୍ନ ସମ୍ପର୍କ 

ସମ୍ବନ୍ଧ ରହିବ ଜୀବନରେ 

ସକଳେ ମିଶି ଯଦି ଚଳିବା ହସି, ସଂସାର

ପରା ଉଠିବ ହସି ଉଲ୍ଲାସରେ  



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ