STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମୀରାବାଇ ହେଲି

ମୀରାବାଇ ହେଲି

1 min
226

ମୀରାବାଇ ପରି ହେଲିରେ କାଳିଆ

  ମୀରାବାଇ ପରି ହେଲି

ଘର ମୁଁ ଛାଡ଼ିଲି ତୋ ପାଖକୁ ଗଲି

 ମୀରାବାଇ ପରି ନାଚିଲି,

କାଳିଆରେ ମୀରାବାଇ ପରି ନାଚିଲି.......

ନିନ୍ଦା ଅପବାଦ ସବୁ ସହିଗଲି

 କାଳିଆରେ ଯେବେଠୁ ତତେ ପାଇଲି

ଦୁନିଆର ଯାତନା କିଛି ନ ବାଧିଲା

 ତୋ ପ୍ରେମରେ ମୋର ମନ ଲାଗିଗଲା

ମୀରାବାଇ ପରି ପ୍ରେମ କଲିରେ କାଳିଆ,

ମୀରାବାଇ ପରି ପ୍ରେମ କାଲି......

ଭୋକ ଶୋଷକୁ ମୁଁ ଭୁଲିଗଲି

  କାଳିଆରେ ଯେବେଠୁ ତତେ ଦେଖିଲି

ନୀଳଚକ୍ର ବାନା ଯେବେଠୁ ଦେଖିଛି

 ଭାବରେ ଟାଣି ହୋଇ ତୋ ପାଖେ ଆସିଛି

ମୀରାବାଇ ପରି ତ୍ୟାଗୀ ହେଲିରେ କାଳିଆ ମୀରାବାଇ ପରି ତ୍ୟାଗୀ ହେଲି.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍