STORYMIRROR

Paramita Sarangi

Others

3  

Paramita Sarangi

Others

ମୀରା

ମୀରା

1 min
26.7K


ସତରେ କ'ଣ ଶବ୍ଦ ଗୁଡ଼ିକ

ହୃଦୟର ଆବେଗକୁ

ବର୍ଣ୍ଣନା କରିପାରନ୍ତି

ମନର ଆବେଗ, ଅଭିମାନ, ପ୍ରେମ

ସ୍ବୟଂକୁ ହାରିଯିବାର ଅଭିପ୍ରାୟ

ଯେତେବେଳେ ଫେଣ୍ଟି ହୋଇଯାଏ

ଉତୁରି ଉଠେ ଅଭିମାନଟି

ହେଲେ ମନର କଳ୍ପନାଟି

ଏତେ ଜୋରରେ ପାଣି ଛିଟା

ମାରି ଦିଏ ଯେ, ଯାକିଯୁକି ହୋଇ

ବସିଯାଏ ଅଭିମାନଟି, ଠିକ୍

ସେଇଠି ଠିଆ ହୁଏ ମୋ ପ୍ରତୀକ୍ଷା

ଖୁବ୍ ସୁନ୍ଦର ନୂଆ ସ୍ବପ୍ନଟେ ନେଇ

ନିର୍ବିକାର ମୀରାଟି ପରି

ଯାହା ପ୍ରେମର ଅନ୍ତ ନାହିଁ

କି ପ୍ରତୀକ୍ଷାର ସୀମା ନାହିଁ।

କଳ୍ପନାର ମନ୍ଦିରରେ

କୃଷ୍ଣ କ'ଣ ସତ୍ତାହୀନ ହୋଇ ପାରନ୍ତି?

ନିଃସର୍ତ୍ତ କୃଷ୍ଣଙ୍କୁ

ହୃଦୟରେ ଧାରଣ କରି ଥିଲା ବେଳେ

ସଂଜ୍ଞା ହୀନ ଘୋଷଣା

"ମୁଁ କୃଷ୍ଣଙ୍କର'

ନିଃସର୍ତ୍ତ ପ୍ରେମ..... ନିର୍ବିକାର ମୀରା

ସେ ତ ଅନ୍ୟ ଏକ ଦୁନିଆ

ଯେଉଁଠି ପ୍ରତିମ୍ଵିଵିତ ମନ ମଧ୍ୟେ

ପ୍ରତୀକ୍ଷା ନୁହେଁ

ଥାଏ କେବଳ ଅନୁଭବ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍