STORYMIRROR

Narayan chandra Senapati

Others

3  

Narayan chandra Senapati

Others

ମୀନ ଆଖି

ମୀନ ଆଖି

1 min
767



ସେଦିନ ସେ ଭିଡ଼ ଭିତରୁ କଲି ତୁମକୁ ଆବିଷ୍କାର

କ'ଣ ଦେଖା ଯାଉ ନ ଥିଲ ତୁମେ !

ଲାଗୁଥିଲ ସ୍ୱର୍ଗର ଅପ୍ସରୀ

ଇଚ୍ଛା ହେଉଥିଲା ତୁମେ ଆସନ୍ତ କି ପାଖକୁ,

ଆସିଲ

ଅଭିବାଦନ ବି କଲ

କଥା ବାର୍ତ୍ତା ବି କଲ

ସତରେ ତୁମେ ଯେମିତି ଥିଲ ସଂସ୍କାରର ଅମୀର

ତୁମ ମୁହଁକୁ ଚାହିଁଲି

ସେ ଚୋରା ଚୋରା ମୀନ ଆଖି ଗୁପ୍ତରେ କିଛି କହୁଥିଲା

ତୁମ ଗୋରା ତକ ତକ ଚେହେରା ଝଳସାଉଥିଲା ମୋ ଆଖିକୁ

ତୁମ ନରମ ଓଠର ଗୋଲାପି ଜୁଆର

ମୋ ଅନ୍ତରରେ ସୃଷ୍ଟି କରିଥିଲା ପ୍ରେମର ଭୂକମ୍ପ

କେଉଁଠି ଥିଲା ସବିତାଟା

ଚଟ କିନା ଆଙ୍କିଦେଲା ତୁମ ଗାଲରେ କଠିନ ଚୁମ୍ବନ

ତୁମ ଦେହ ଶୁଖି ଯାଉଥିଲା

କୋମଳ ତନୁରୁ ବହୁଥିଲା କ୍ଳାନ୍ତର ଟପ ଟପ ଘର୍ମବିନ୍ଦୁ

ରାଗ ହେଉଥିଲା ସେ ରଶ୍ମୀ ଉପରେ

କି ନିର୍ଲ୍ଲଜ ସେ...

ମୋ ଆଗରେ ବ୍ୟଭିଚାର

ପୁଣି ମୋ ସ୍ୱପ୍ନର ରାଜକୁମାରୀକୁ..

ଇଚ୍ଛା ହେଉଥିଲା ନ ଛାଡିବାକୁ

ସେମିତି ମନ ଭରି ଗପନ୍ତି କି

କିନ୍ତୁ ତୁମକୁ କଷ୍ଟ ହେବ ଯେ...

ଅନିଚ୍ଛା ସତ୍ତ୍ୱେ ଦେଲି ଦୁଃଖଦ ବିଦାୟ

ହେଲେ ଭୁଲି ପାରିଲିନି ତୁମକୁ

ତୁମ ତମ୍ବା ଚକ ଚକ ସୁନେଲି ବାଳ

ଯେମିତି ଚାହିଁଥିଲା ମୋ ହାତ ଆଉଁସା

ଗୋଲାପି ଓଠ.....

ମୀନ ଆଖିର ଚାହାଣୀ...

ସତରେ ତୁମେ କି ସୁନ୍ଦର !!!

ଚାଲିଗଲି ସିନା ଛାଡି

ହେଲେ ମୋ ଆଖି ଆଗରେ ନାଚୁଥିଲ ତୁମେ

ହସୁଥିଲ ତୁମେ

ଆଖି ବୁଜିଦେଲି

ଆଶ୍ଚର୍ଯ୍ୟ!!! ତୁମ ଦିବ୍ୟ ଚେହେରାର ଚହଟ ଚମକାଇଦେଲ ...

ମନରେ ଉଙ୍କି ମାରିଲା ପ୍ରଶ୍ନ ପରେ ପ୍ରଶ୍ନ

ଏ କଣ ପାଇଁ ???

ମୋ କାନ ଫାଙ୍କରେ ସତେ ଯେମିତି କିଏ କହୁଥିଲା.....

ତୁମକୁ ସେ ପରା ଚୋରେଇ ନେଇଛି

ଫି... କିନା ହସିଲି...

ତୁମ ଆଖିରେ ଆଖି ମିଶାଇଲି

ଆଶ୍ଚର୍ଯ୍ୟ ଚକିତ !!!

ତୁମ ମୀନ ଆଖିରେ ଥିଲି ମୁଁ...

ତୁମେ ମୋତେ ଠେଲିଦେଇ କହିଲ

ଯା...ବୁଦ୍ଦୁ....

ଏତିକି ଜାଣି ପାରୁନ ???

ମୁଁ ପରା ଗୋଟାପୁଣି ତୁମର

ଆଉ ତୁମେ ମୋ ଖୋଦ୍ ନିଜର।


🌹 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା, କେନ୍ଦୁଝର*🌹


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ