STORYMIRROR

Naba Kumar Das

Others

3  

Naba Kumar Das

Others

ମିଛ

ମିଛ

1 min
118

ମିଛ ଲୁଚିଥାଏ

ମନ ମନ୍ଥରାର ମାୟା ଜାଲରେ

ଘୋର ତାମସାର ତିକ୍ତ ଅନୁଭବରେ

କେବେ କେବେ କୂଟିଳା ନାରୀଟିଏ ହୋଇ

ଆଉ କେବେ ଭୟାନକ ଭୂତ ରୂପ ନେଇ


ମିଛ ଲୁଚିଥାଏ

ଦୂର ପର୍ବତର ଭଙ୍ଗା ଭ୍ରମରେ

ସବୁ ଶାମୁକାରୁ ମୋତି ମିଳିବା ନାଁଆରେ

କେବେକେବେ ପଥର ଦେବତା ହେଇ

ଆଉ କେବେ ସର୍ବଜ୍ଞର ପରିଚୟ ଦେଇ


ମିଛ ଲୁଚି ଥାଏ

ନଈ ଦେଖି ସାଗର ଆଶାରେ

ଦିବା ସ୍ବପ୍ନର ଗୁପ୍ତ ଲାଳସାରେ

କେବେ କେବେ ଗଙ୍ଗା ସ୍ନାନ କରିଦେଇ

ଆଉ କେବେ ଭିତ୍ତିହୀନ ଭାବନା ନେଇ


ମିଛ ଲୁଚି ଥାଏ

ରାତିକେ ହାତୀ ପାଇବାରେ

ଅଦିନିଆ କୁହୁଡି ପହଁରିବାରେ

କେବେ କେବେ ଅବୋଲକରା ହେଇ

ଆଉ କେବେ ବାମନ ମନରୁ ଚାନ୍ଦ ପାଇବା ପାଇଁ



Rate this content
Log in