ମିଛ ମଣିଷ
ମିଛ ମଣିଷ
ସୁଖ ଦୁଃଖ ହସ କାନ୍ଦ ଜୀବନେ ଆସଇ
ମଣିଷ ଖେଳ ଖେଳଇ. ସତ ମିଛ ନେଇ ।
ମିଛ ମଣିଷ ଅଟଇ. ଜହର ସମାନ
ଜାଣି ଶୁଣି କହିଥାନ୍ତି ସ୍ବାର୍ଥପର ଜନ ।
ମିଥ୍ଯା ବାକ୍ଯ ନାଶିପାରେ ମାନବ ଜୀବନ
ଏଣୁ ସର୍ବେ ମିଥ୍ଯା ପ୍ରତି ରୁହ ସାବଧାନ ।
ଯେଉଁ ଜନ ମିଛ କହି ଜୀବନ କାଟଇ
ସମାଜ ମଧ୍ଯରେ ନିଜେ ଅପ୍ରିୟ ହୁଅଇ ।
ମିଥ୍ଯା ଯଦି ଆଣିପାରେ ସୁଖ ଶାନ୍ତି ଖୁସି
ତଥାପି ସେଭଳି ସୁଖ ଚାହଁ ନାହିଁ କିଛି ।
ମନୁଷ୍ଯ ଜୀବନ ପରା ଅଟେ କ୍ଷଣସ୍ଥାୟୀ
ସୁଖ ଶାନ୍ତି ଭୋଗ ହେବ କେତେ ଦିନ ପାଇଁ ।
ମିଛ କହି ଯେଉଁ ଧନ ଉପାର୍ଜନ ହେବ
ପ୍ରାୟଶ୍ଚିତ କରି ପାପ ଧନ ନଷ୍ଟ ହେବ ।
ମିଛ ମଣିଷଟି ହୋଇ କଳଙ୍କିତ ହେବ
ପ୍ରତିକ୍ଷଣେ ଜୀବନରେ ଦୁଃଗ ଭୋଗୁଥିବ ।
ମିଥ୍ଯାଠାରୁ ଯେଉଁ ବ୍ଯକ୍ତି ଦୂରେଇ ରୁହଇ ହେଲେ
ସତ୍ଯ ନୀଷ୍ଟ ହୋଇ ସିଏ ଜୀବନ କାଟଇ ।
ମିଛ କହିବାକୁ କିଏ ଚେଷ୍ଟା କର ନାହିଁ
ସତ୍ଯର ଆଶ୍ରୟ ନିଅ ଚିରଦିନ ପାଇଁ ।
