STORYMIRROR

Prasanta Kumar Behera

Others

3  

Prasanta Kumar Behera

Others

ମିଛ ମାୟା

ମିଛ ମାୟା

1 min
148


ମୁଁ ତ ଏବେ

ପ୍ରେମରେ , ମୋହରେ

ଆଉ ମିଛ ମାୟାରେ

ମସଗୁଲ୍ ଅଛି l


କିଏ ଜାଣେ

ମୁକ୍ତିର ପଥ

ସ୍ୱର୍ଗଦ୍ୱାର

ମୋ ପାଇଁ

କେତେ ଦୂର ?


ଭାବନାରେ ଛନ୍ଦିହୋଇ

ସମୟକୁ ଜାଳିଛି l 

ସ୍ୱପ୍ନରେ ମୋହାଛନ୍ନ ହୋଇ

ଅତୀତକୁ ଝୁରିଛି l


ପାପ ପୂଣ୍ୟର ଲଢେଇ ଭିତରେ

ବିବେକର ଦଂଶନରେ

ତୁହାକୁ ତୁହା

ଯନ୍ତ୍ରଣାକୁ ସହିଛି l


ପ୍ରେମିକାର ରୁପରେ 

ଆସକ୍ତ ହୋଇ

ପୂର୍ଣ୍ଣ ଜହ୍ନକୁ 

ଅମାବସ୍ୟାର ରାତ୍ରିରେ ଦେଖିଛି l


ତା' ପ୍ରେମରେ

ହତାଶ ହୋଇ

ଅନ୍ଧାର ରାତ୍ରିକୁ

ପୂର୍ଣ୍ଣିମାରେ ଭେଟିଛି l


ଏବେ ସ୍ୱର୍ଗଦ୍ୱାରେ

ବିଦାୟର ବେଳେ

ସମୁଦ୍ର ଲହଡିର ଘୁ' ଘୁ'

ଗୁରୁଗମ୍ଭୀର ଗର୍ଜନ

ଶୁଭୁ କି ନ ଶୁଭୁ ,

କିନ୍ତୁ ଠିକ୍ ଶୁଭୁଥିବ

ରାମ ନାମ ସତ୍ୟ ହେ

ହରି ନାମ ସତ୍ୟ ହେ l


ଆଉ ତାପରେ 

ହୁତୁ ହୁତୁ ହୋଇ

ଜଳିଉଠିବ

ମୋ ଜୀବନ ଜୁଇ l



Rate this content
Log in