STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମିଛ ମାୟା ସଂସାର

ମିଛ ମାୟା ସଂସାର

1 min
14.3K


ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ହେ

ମହାବାହୁ , ନାମ… ।।

ମିଛ ମାୟା ସଂସାର ଅନିତ୍ୟ ପ୍ରାଣ ମୋର

ତୁମେ ସତ୍ୟ ସନାତନ ତୁମେ ଜଗତ ଜୀବନ

ସରୋଜ ପଦେ ଆଶ୍ରୟ ପାଇଁ ଆଜ୍ଞା ହେଉ ହେ

ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

ବିଷୟା ବିଷ ପଙ୍କେ ମାୟା ଆବିଳ ଛନ୍ଦେ

ବାନ୍ଧି ରଖିଦେଇଅଛ ନିଜେ ତ ଲୁଚି ରହୁଛ

ମୋ ଉପରେ କିମ୍ପା ପ୍ରଭୁ ସାଧୁଅଛ ଦାଉ ହେ

ମହାବାହୁ ,ନାମ ଜପି ଜପି ପ୍ରାଣ ଯାଉ ।।

ପଦ୍ମ ପତ୍ରର ଜଳ ପରି ମୁଁ ଢଳ ଢଳ

ପାଣି ଫୋଟକା ଜୀବନ ଛାଇ ଆଲୁଅ ସମାନ

ନଗଣ୍ୟ ନିରେଖ ଜନେ ସୁଦୃଷ୍ଟି ତ ଥାଉ ହେ

ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

ଅରକ୍ଷ ରକ୍ଷ ନାଥ ଆହେ ଦୁଃଖୀ ସଙ୍ଗାତ

ତୁମ ବିନା ଆଉ କିଏ ଅଛି ଏ ସଂସାରେ ହାଏ

ତେଣୁ ଜପେ ଜଗନ୍ନାଥ ତବ ଦୟା ହେଉ ହେ

ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

କହେ ପ୍ରଫୁଲ୍ଲ ଦୀନ ହେଉଛି ହୀନିମାନ

ଦୟାକର ଦୀନ ଜନେ ଦୁଃଖୀ ଡ଼ାକ ଶୁଣି କର୍ଣ୍ଣେ

ଜୀବ ଯିବା ବେଳେ ତୁମ ନାମ ତୁଣ୍ଡେ ଥାଉ ହେ

ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳା ଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍