STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ମହୁମାଛିର ମଧୁସ୍ବପ୍ନ

ମହୁମାଛିର ମଧୁସ୍ବପ୍ନ

1 min
771


ମହୁମାଛିର ମଧୁ ସ୍ବପ୍ନ
----------------------

ମୁଁ ମହୁମାଛି
ମୋର ଏ ସାରା ଦୁନିଆ।
ମୋର ଏତେ ବଡ ଦୁନିଆଁର
ସବୁ ଫୁଲ ମୋର
ରଙ୍ଗ, ବାସ କିମ୍ବା ଋତୁର ନିର୍ବିଶେଷରେ।
ସେଥିପାଇଁ ସେମାନେ ବି
ମୋତେ ଅତି ନିଜର କରନ୍ତି
ସମର୍ପିତ କରନ୍ତି ସବୁକିଛି।
ପରଷ୍ପର ପ୍ରତି ଏହି ସ୍ୱର୍ଗୀୟ ସମର୍ପଣ
ସୃଷ୍ଟି କରେ ଅନେକ ମଧୁମୟ ମୁହୂର୍ତ୍ତର ମୋତି
ଯାହାକୁ ମୁଁ ଗୁନ୍ଥି ଯାଏ
ବାସ୍ ଗୁନ୍ଥି ଯାଏ ଗୁଣୁଗୁଣୁ ଗୀତ ଗାଇ ଗାଇ
ମାଳଟିର ମହତ୍ଵକୁ ମନ ଭରି ଅନୁଭବ କରେ।
ସେ ମଧୁର ମୁହୂର୍ତ୍ତର ମଧୁରତାକୁ
ସାଇତେ ଖୁବ୍ ଯତ୍ନରେ
କାହା ପାଇଁ?
ଏହି ମୋର ଅତି ପ୍ରିୟ ସାରା ଦୁନିଆ ପାଇଁ।
ନାଁ ମୋ ପାଇଁ, ନାଁ ଫୁଲ ପାଇଁ
ନାଁ ଆମକୁ ସୃଷ୍ଟି କରିଥିବା ସ୍ରଷ୍ଟା ପାଇଁ।
କାହା ପାଇଁ ହିସାବ ରଖେନା
ଏଣୁ ଯିଏ ନେଇ ମୁଖ ମିଠା କଲେ ବି
ମୋ ମନରେ ମିଠା ଭରିଯାଏ।
ମୋ ସଞ୍ଚିତ ମହୁଠୁ ବି ଅଧିକ ମିଠା ସେ
କାରଣ ମୁଁ ମୋ ଦ୍ବାରା, ମୋ ଫେଣା ଦ୍ଵାରା
ଫୁଲ ଦ୍ଵାରା କିମ୍ବା ଉପବନ ଦ୍ବାରା
କେବେ ବି ସୀମିତ ନୁହେଁ।
କାରଣ ମୁଁ ସାରା ସଂସାରର
ଆଜି ମୋ ଫେଣାଟି ଭାଙ୍ ଦିଆଗିଗଲା।
ବହୁତ ଖୁସି ହେଲି, ଆଉ ଏକ ମୈ।କା ମିଳିଲା
ନୂଆ ଘର, ନୂଆ କାମ, ନୂଆ ସମ୍ପର୍କର
ନୂଆ ଖୁସି, ନୂଆ ସୁଖ, ନୂଆ ସନ୍ତୁଷ୍ଟିର।
ମୁଁ ଓ ମୋର ଦୁନିଆର ପରିସୀମାକୁ
ବିସ୍ତାରି ଦେଇ ନୂଆ କରି ଆଙ୍କିବାକୁ
ଏକ ବିସ୍ତୃତ ପ୍ରାକୃତିକ ମାନଚିତ୍ର
ଯେଉଁଥିରେ ନଥିବ ରାଜନୈତିକ କିଛି ରେଖା
ସର୍ବଦା ସମ୍ଭାବନା ଥିବ
ଆଉ କିଛି ପୁରୁଷାର୍ଥ ଓ ପ୍ରାରବ୍ଧର ଅର୍ଜନ କରିବାକୁ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ
ଏରଞ୍ଚ କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍