STORYMIRROR

Srinibas Mahalik

Others

5.0  

Srinibas Mahalik

Others

ମହୁମାଛି

ମହୁମାଛି

1 min
374



ମହୁମାଛିଟିଏ ଆକାରରେ ସିନା

ହୋଇଥାଇ ପାରେ ସାନ

କିନ୍ତୁ ଧରା ପ୍ରତି ରହିଛି ତାହାର

ଶ୍ରେଷ୍ଠ ଏକ ଅବଦାନ ।।

କୈାଣସି ଗଛରେ ଫଳ ଫଳେନାହିଁ

ତା' ପରାଗଣ ବିନା

ଯଦି ସେ ନଥାନ୍ତା ଆମରି ପେଟରେ

ପଡନ୍ତାନି ମୁଠେ ଦାନା ।।

ଧିରେ ଧିରେ ଏବେ ସେମାନଙ୍କ ବଂଶ

ହେବାରେ ଲାଗିଛି ହ୍ରାସ

ଏହାର ପ୍ରମୁଖ କାରଣ ହେଉଛି

ଟାଓ୍ବାର ଓ କୀଟନାଶ ।।

ଏହି ପୃଥିବୀରୁ ମହୁମାଛି ଯଦି

ପାଇଯିବେ ସବୁ ଲୋପ

ବର୍ଷ କେଇଟାରେ ଲିଭି ଯିବ ନିଶ୍ଚେ

ଆମର ଜୀବନ ଦୀପ ।।



ବିଜୟନଗର,ଗଣିଆ,ନୟାଗଡ଼


Rate this content
Log in