ମହିଷାସୁର
ମହିଷାସୁର
ମହିଷାସୁର ଆସେ
ପ୍ରତି ବର୍ଷ ଅକ୍ଟୋବରରେ
କାଳର କରାଳ ରୂପ ଦେଖାଇ ଡ଼ରାଏ
ନଚାଏ ଧରଣୀ ,ଆକାଶ, ପବନ /ଦଶ ଦିଶା
ମଇଁଷି ପିଠିରେ ଚାବୁକ କସେ
ଦୁନିଆ ହୋଇ ଯାଏ ହା ହା କାର
ଆଉ ବେହାଲ।
ମହିଷାସୁର ପାଲଟି ଯାଏ
ତିତିଲି, ହୁଡହୁଡ / ଫାଇଲିନି
କ୍ୟାଲେଣ୍ଡର ପୃଷ୍ଠା ଆଡେଇ ଦେଖିଲେ
ପ୍ରତି କ୍ୟାଲେଣ୍ଡର ଜଳ ଛବି ପାଲଟିଯାଆନ୍ତି
ଡାଇନୋସରସ/ଅକ୍ଟୋପସ ,ନରଭୁକ୍ଷୁ ରାକ୍ଷସ ,
ଜୀବନ ହୋଇଯାଏ ଅସହାୟ
ଲୁଡୁ ରେ ଯେମିତି ଦାନ ପଡେ
ସାପ ଗିଳେ କେତେବେଳେ ଜୀବନ ଶୂନ ତ
କେତେବେଳେ ଶହେ ।
ଏଠି ମାଟି କାମୁଡ଼ି ପଡେ ମଣିଷ
ଉଲଗ୍ନ ହୁଏ ଅତୀତ
ବାଲିଚର ହୋଇଯାଏ ଭବିଷ୍ୟତ
ମା' ହରାଏ ଶୈଶବର ଉଷୁମ ପଣତ
ସବୁ ପ୍ରଧାନ ବୁଢା ଖୋଜନ୍ତି
ହଜି ଯାଇଥିବା ନାତି ଟୋକାକୁ ।
ତେଣୁ ଆଜିର ଶକ୍ତି ଶକ୍ତିହୀନା
ପୂଜିବା ବାହାନାରେ
ଲକ୍ଷେ କାଇଦା ଉପାସନା
ଏବେବି ମହିଷାସୁର ବଞ୍ଚିଛି
ମଣିଷ ମନରେ, ଧନରେ, ତା' ଯଉବନରେ
ହତ୍ୟାକର ତାକୁ ବିବେକର ଖଡ୍ଗରେ
ଯେତେ ପର୍ଯ୍ୟନ୍ତ ଛାଡିଚାଲି ଯାଇନି
ଅସତ୍ୟ ଅବିଶ୍ୱାସର ମହାପ୍ରଳୟ
ଶୁଭିନି ଜୟ ଜୟକାର
ଦେବୀ ମା' ପ୍ରକୃତିର ।
ଵାଲ୍ୟମ୍ବା ,ଭାପୁର, ଢେଙ୍କାନାଳ
