STORYMIRROR

Purna chandra Rana

Others Tragedy

2  

Purna chandra Rana

Others Tragedy

ମହିଷା ମର୍ଦ୍ଦିନୀ

ମହିଷା ମର୍ଦ୍ଦିନୀ

1 min
13.7K



ହଜାର ବରଷ ପୁରୁଣା କଥା

ଭାବିଲେ ଘୁମଇ ସଭିଙ୍କ ମଥା,

କିଏ ଜଣା ଆଉ କିଏ ଅଜଣା

ସଭିଙ୍କ ପାଇଁ ଏ କଥା ପ୍ରେରଣା ll୧ll


ଅଧା ମଇଁଷି ସେ ଅଧା ଅସୁର

ନାମଟି ତାହାର ମହିଷାସୁର,

ପ୍ରସନ୍ନ କରିବା ପାଇଁ ବ୍ରହ୍ମାଙ୍କୁ

ଭକ୍ତିରେ ସେ ହଜାଇଲେ ନିଜକୁ ll୨ll


ବ୍ରହ୍ମା ହୋଇଗଲେ ପ୍ରସନ୍ନ ଅତି

ବରଦାନ ପାଇଁ ବଢିଲା ଗତି,

ମହିଷାସୁରକୁ କହିଲେ ବ୍ରହ୍ମା

କି ବର ମାଗୁଛ ମାଗ ହେ ଆତ୍ମା ll୩ll


ମାଗିନେଲେ ବର ମହିଷାସୁର

ବର ଶୁଣି ବ୍ରହ୍ମା ହୋଇଲେ କ୍ରୁର,

ମାଗିଲା ବ୍ରହ୍ମାଙ୍କୁ ମହିଷାସୁର

ଦିଅ ତୁମେ ମତେ ଅମର ବର ll୪ll


ନ ମାରିବେ ମତେ ପୁରୁଷ କେବେ

ପାରିବେନି ମାରି ଦେବତା ମତେ,

ବ୍ରହ୍ମା ମନେ ମନେ ହୋଇଣ ଖୁସି

ବିନା ଦ୍ବନ୍ଦେ ଦେଲେ ବର ସେ ଜାଚିll୫ll


ବର ତ ମାଗିଲା ମହିଷାସୁର

ନାରୀ କଥା ଭୁଲିଥିଲା ଅସୁର,

ଏହି ବର ଦେଖି ଦେବତା ମାନେ

ଭୟଭିତ ହେଲେ ଭାବିଣ ମନେ ll୬ll


ବ୍ରହ୍ମା, ବିଷ୍ଣୁ, ମହେଶ୍ବର ପାଖକୁ

ଦେବତା ଧାଇଁଲେ ନେଇ ସତ୍ଯକୁ,

ନିଜ ମଧ୍ଯ କରିଲେ ଆଲୋଚନା

ବାଣ୍ଟିଲେ ସଭିଏଁ ନିଜ ଭାବନା ll୭ll


ସଭିଙ୍କର ମନ ଏକ କରିଲେ

ସଭିଙ୍କ ବିଚାର ମନକୁ ନେଲେ,

ଦୁର୍ଗା ମାତାଙ୍କୁ ଯେ ଦେବ ଡାକିଲେ

ସର୍ବେ ମିଶି ଅସ୍ତ୍ର ପ୍ରଦାନ କଲେ ll୮ll


ମହା ଶକ୍ତିଶାଳୀ ଦୁର୍ଗା ହୋଇଲେ

ଯୁଦ୍ଧ ପାଇଁ ସେ ଡାକରା ଦେଲେ,

ଦଶଦିନ କାଳ ହୋଇଲା ଯୁଦ୍ଧ

ମହିଷାସୁରର ହୋଇଲା ବଦ୍ଧ ll୯ll


ଦେବ ରାଇଜରେ ଶାନ୍ତି ଫେରିଲା

ମହିଷା ମର୍ଦ୍ଦିନୀ ଜୟ ହୋଇଲା,

ଯୁଗେ ଯୁଗେ ତାଙ୍କ ହୋଇଲା ଜୟ

ଦୂରେଇ ଗଲା ତ ସଭିଙ୍କ ଭୟ ll୧୦ll




ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର

ମୋ. ୮୮୭୨୯୦୭୦୮୬





Rate this content
Log in