STORYMIRROR

Ajay kumar Behera

Others

3  

Ajay kumar Behera

Others

ମହିମା ତୁମର ସାଇ

ମହିମା ତୁମର ସାଇ

1 min
211


କୁଟ,କପଟୀଠୁ ଦୂରରେ

ରଖିଥାଅ ସାଇ ସଭିଙ୍କୁ

ବିପଦ ଆପଦୁ ରଖହେ

ବେସହରା ଯେତେ ଲୋକଙ୍କୁ।୧।


ତବ ନାମ ସତ୍ୟ ସୁନ୍ଦର

ତୁମେ ସାହା ଦୁଃଖୀ ଜନର

ହୃଦୟୁ ଡାକେ ଯିଏ ଥରେ

ତୁମେ ଥାଅ ହେ ତା ସାଥିରେ।୨।


ପାପୀକୁ ଘୃଣା କର ନାହିଁ

ପାପକୁ କର ତୁମେ ଘୃଣା

ଜାଣି ଯିଏ କରେ କୁକର୍ମ

ତାଠି କୃପାରେ କର ଉଣା।୩।


ନିଜ ହାତେ କର ହେ ସେବା

ଦୁଃଖୀ, ରୋଗୀ,ଯେତେ ଜନର

ଅଦୃଶ୍ୟ ରୂପୀ ସାହା ହୁଅ 

ଶଂକାକୁଳ ଯେତେ ଜୀବର।୪।


ସତ ପାତ୍ରରେ ଦେଲେ ଦାନ

ଖୁସିରେ ନିଅନ୍ତି ଆଦରି

ଖୁସି ଆଶୀର୍ବାଦ ସେ ଦେଇ 

ମଙ୍ଗଳ କରନ୍ତି ସବୁରି।୫।


ନିଜର ବୋଲି କିଛି ନାହିଁ

ସବୁତ ପର ହିତ ପାଇଁ

ତବ ଆଶୀର୍ବାଦ ଟିକକ

ଲୋଡ଼ା ସଂସାର ଜୀବ ପାଇଁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍