STORYMIRROR

Sarat Manhira

Others

3  

Sarat Manhira

Others

ମହେନ୍ଦ୍ର ସିଂ ଧୋନି

ମହେନ୍ଦ୍ର ସିଂ ଧୋନି

1 min
436

2011ବିଶ୍ୱକପରେ ଯେଉଁ ମାରିଥିବା ଛକା

  ଆଜି ବି ମୋତେ ଜୀବନ ଡାଏରୀରେ ମନେପଡେ

ଶ୍ରୀଲଙ୍କାକୁ ହରାଇଥିବା ସେ ସୂରୁଜ

  ରାଞ୍ଚିର ରାଜକୁମାର ଲମ୍ବା କେଶର

 ଖେଳ ପଡିଆରେ ଓହ୍ଲାଇଦେଲେ

  ଭାରତବାସୀର ସ୍ୱର ଝୁମୁଥିଲା

କେବଳ ମହେନ୍ଦ୍ର ସିଂ ଧୋନି

 ଛୋଟ ଥିଲା ବେଳେ ତୁମ କଥା ଶୁଣିଥିଲି

ଯିଏ କ୍ରିକେଟର ମୃତ୍ୟୁକୁ ଜନ୍ମରେ

 ରୂପାନ୍ତରିତ କରିପାରୁଥିଲା ସେ

କେପଟେନ କୁଲ ଧୋନି

  ତୁମର ହେଲିକପ୍ଟର ପ୍ରହାରରେ

ଦୁନିଆ ଜାଣିଥିଲା ଛକାର ଆବାଜ

 ତାକୁ ଦେଖି ମୁଁ ବି ଦିନେ

ସେ ହେଲିକପ୍ଟର ସଡ଼ ମାରି ଥିଲି

 ଏଲ୍.ବି.ଡବ୍ଲୁ.ର ଯମ ସାଜିଥିଲ 

ନା ଅମ୍ପାୟର ନା କେମେରା ଦରକାର ଥିଲା

  କେବଳ କହିଦେଲେ ଯମପୁରୁ ବାହାରି ଯାଉଥିଲେ

ଧୋନି ହେବା ଏତେ ସହଜ ନୁହେଁ

 ଗୋଟିଏ ରନକୁ ଦୁଇ ରନ କରିବା

ପୁଣି ଖେଳ ଶେଷ ପର୍ଯ୍ୟାୟରେ

 ଛକା ମାରି ଦୁନିଆକୁ ଜିତେଇବା

ସେ ହସ ତୋ ଆଉ ମିଳିବନି

 ବ୍ୟାଖ୍ୟାକାର କହୁ- କହୁ ମନେପଡ଼ିଯିବ

ମାହି ମାରୁଥିବା କଥା

 ଆସିବେ କେତେ ଯେ ଖେଳାଳି

କିନ୍ତୁ ତୁମ ଭଳି ମେଚକୁ

 ଜିତେଇବା ପାଇଁ ଆଶା ନ ଦେବେ

ତଥାପି ମୋ ହୃଦୟ ଭିତରେ

 ଧୋନି ନାଆଁ ହିଁ ବସିରହିବ  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍