ମହଦାନୀ ବର୍ଷା
ମହଦାନୀ ବର୍ଷା
1 min
202
ନାଶି ନିଦାଘ ହାହାକାର
ଦିଏ ଅମୃତ ଅଭିସାର...!
ଶୁଷ୍କ ଜୀବନ୍ତ କିଶଳୟେ
ଚାତକ ତୃପ୍ତ ତା'ର ତୋୟେ...!
ଢାଳଇ ପୁଲକ ଚଇତି
ତା' ସାନ୍ନିଧ୍ୟ ମୋ ଲାଗି ସ୍ମୃତି !
ଗ୍ରୀଷମ କଲା ସର୍ବସ୍ୱାନ୍ତ
ବରଷା କରିଣ ଜୀବନ୍ତ
ସର ତଟିନୀ ପୂର୍ଣ୍ଣଗର୍ଭା
ନଭେ ଜୀମୂତମାଳା ବିଭା !
ଦେଖି ତା' ଶିଖୀ ପୁଚ୍ଛ ଟେକେ
ପରାଣ ଦେଖଇ ଉତ୍ସୁକେ
ମଣ୍ଡୁକ ଶୁଭେଚ୍ଛୁ ପରାଏ
ମହୀ ଆସନୁ ଉଚ୍ଚେ ଡିଏଁ
ଦିଏ ମାଟିର ଭିଜା ବାସ୍ନା
ପ୍ରାଣବନ୍ତରେ ନାଶ ତୃଷ୍ଣା !
ସତେ ଅବା ସେ ମହାଦାନୀ
ବୃଦ୍ଧି କରେ ଘଞ୍ଚ ବନାନୀ...!
ଦକ୍ଷିଣା ସମ ସ୍ମୃତି କେତେ
ଅମାପ ଦାନର ସଙ୍ଗତେ ।
ନୁହେଁ ଏ ବାରି ବରଷିଣ
ନଭରୁ ଅମୃତ ସିଞ୍ଚନ ।।
