ମହାତ୍ମା ଗାନ୍ଧୀ
ମହାତ୍ମା ଗାନ୍ଧୀ
1 min
515
ପିତା କାବା ଗାନ୍ଧୀ ମାତା ପୁତୁଲିଙ୍କ
ସୁଯୋଗ୍ୟ ସନ୍ତାନ ତୁମେ,
ଭାରତ ମାତାର ଅମୃତ ସନ୍ତାନ
ବିଖ୍ୟାତ ମୋହନ ନାମେ |
ଜାତିର ଗରବ ଗଉରବ ତୁମେ
ସତ୍ୟ ଧର୍ମ ନ୍ୟାୟଧାରୀ,
ତଡିଲ ଫିରିଙ୍ଗି ଆମରି ଦେଶରୁ
ଅହିଂସାକୁ ଅସ୍ତ୍ର କରି |
ଜାତିର ଜନକ ହେ ପୂଜ୍ୟ ବାପୁଜୀ
ଧନ୍ୟ ତୁମ ବଳିଦାନ,
ଦେଶ ମାତୃକାର ସେବାରେ ନିଜକୁ
କରିଦେଲ ସମର୍ପଣ |
ବାକ୍ୟବୀର ନୁହଁ କର୍ମବୀର ବୋଲି
କହିବା କାର୍ଯ୍ୟ ଦେଖାଅ,
ସମୟ ଜ୍ଞାନକୁ ସୂଚାଇବା ପାଇଁ
ଘଣ୍ଟାକୁ ଅଣ୍ଟାରେ ବାନ୍ଧ |
ହେ ମହାତ୍ମା ତୁମେ ଶାନ୍ତିର ପ୍ରତୀକ
ସାବରମତୀ ସାଧକ,
ତ୍ରିରଙ୍ଗା ପତାକା ଉଡାଇ ଦେଶରେ,
ରଖିଲ ଜାତିର ଟେକ |
ସମଗ୍ର ପୃଥିବୀ ଗାଉଅଛି ଆଜି
ତୁମରି ବିଜୟ ଗାଥା,
ଧନ୍ୟ ତୁମ ତ୍ୟାଗ ଜାତୀୟତା ପ୍ରୀତି
ନଇଁଯାଏ ମୋର ମଥା |
