STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ମହାପାତ୍ର ଉବାଚ-( ଦ୍ୱିତୀୟ ଭାଗ)

ମହାପାତ୍ର ଉବାଚ-( ଦ୍ୱିତୀୟ ଭାଗ)

1 min
322

💐ମହାପାତ୍ର ଉବାଚ..💐

💐💐ଦ୍ୱିତୀୟ ଭାଗ💐💐


କହିବ କାହାକୁ ଶୁଣିବ କିଏ

ଶୁଣିବା ଲୋକ ତ କାଲ

କାମିକା ବୋଲାନ୍ତି କୁଢିଆ ଯେତେ

ଅଥର୍ବ ଲାଗନ୍ତି ଭଲ...


ମହମହ ବାସେ ଭୁବନ ସାରା 

ସୁନ୍ଦରୀ ପଳାସ ଫୁଲ

ନୁଖୁରା ବୁଲନ୍ତି ବାଟ ଘାଟରେ

ତେଲିଆ ମୁଣ୍ଡ ରେ ତେଲ...


ମିଛୁଆ ଗୋପାଳ ଗାଉଛି ବେଦ 

ନନା ଖୋଲିଛନ୍ତି ଠେଲା

ଚଷା ଘର ପୁଅ ଫୁଟାଣି ମାରେ

ବି.ପି.ଏଲ୍ ଥିଲେ ହେଲା...


ଖୋଇ ଖାଇ କରି ସଳଖି ଧରି

କରେ ସର୍କାରୀ ଚାକିରୀ

କାଗଜ କଲମେ ନିଯୁକ୍ତି ବଢେ

ଗାଁ ରେ ବୁଲନ୍ତି ବେକାରୀ...

 

ପାଉଡର କ୍ରିମ୍ ମେକପ ମାରି

ଚହଟ ଚିକ୍କଣ ମୁଖ

ଜଗୁଆଳୀ ବାଡ ଫସଲ ଖାଏ

କିଏସେ ଦେଖୁଛ ଦେଖ..??


ବହୁରୂପୀ ସମ ଟୁଙ୍ଗାରି ମୁଣ୍ଡ 

ଯୁବକ ଗଢନ୍ତି ଦେଶ

ନାମମାତ୍ର ଖାଲି ଅଛନ୍ତି ସବୁ 

ଯୁ-ବକ ଓଠରେ ହସ...


ପୋଲିସ ପକେଇ ବଇଁଶି କଣ୍ଟା 

ଟାଣନ୍ତି ଇଲିସି ମାଛ

ବିରାପାନ୍ ସାଜି ଫରେଷ୍ଟ ଗାର୍ଡ 

କାଟନ୍ତି ଚନ୍ଦନ ଗଛ...


ଅବକାରୀ ବନ୍ଧୁ ଦୋକାନ ଖୋଲେ 

ସୁବିଧା ରେ ନାଲି ପାଣି 

ତା ନାଲି ଆଖିକୁ କିଏ ନ ଡରି 

ପାରିବ ଯେ ତାଙ୍କୁ ଟାଣି...


ଖୋଳି ତାଡି ସବୁ ଖାଇଲା ପରେ

ଅଚଳ ଲାଗଇ ଖଣି

କଳାଧଳା କୋର୍ଟ ଓକିଲ ଭାଇ

ପଇସା କୁ ଜାଣେ ଛାଣି...


ଡାକ୍ତର ଖୋଲନ୍ତି ଘରେ କ୍ଲିନିକ୍ 

ମେଡିକାଲେ ନାହିଁ ପାଦ 

ରାଜନେତା କଥା କଣ କହିବି

ମାଛ ଚୌକିଦାରୀ ଓଧ...


କାହା ଗୁଣ ଅବା ଗାଇବି କେତେ

ଏକା ଚାଉଳ ରେ ଗଢା

କଲମ ଚାଲଇ ଟଙ୍କା ବିଡା ରେ

ଗଧ ଲାଗୁଥାନ୍ତି ଘୋଡା...


ଦେଶ ହିତ କଥା କିଏ ପଚାରେ

ସ୍ୱାର୍ଥ ଚିନ୍ତା ଘାରେ ଆଗ 

ଯେବେଳେ ଚିନ୍ତିବା ଦେଶ ଉନ୍ନତି

ଉର୍ଦ୍ଧ୍ବମୁଖୀ ହେବ ଦିଗ...

 

କ୍ଷଣିକ ଆନନ୍ଦ ତୁଛ୍ଛ କରିଲେ 

ହସିବ ବିଶ୍ଵ କାନନ 

ସର୍ବତ୍ର ଗାଇବେ ହରଷ ପ୍ରାଣେ 

ସର୍ବେ ଭବନ୍ତୁ ସୁଖିନଃ..

ସର୍ବେ ଭବନ୍ତୁ ସୁଖିନଃ..


×-×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର 

ଚକ୍ରଧରପୁର : କେନ୍ଦୁଝର 


Rate this content
Log in