STORYMIRROR

subrat kumar jena

Others

2  

subrat kumar jena

Others

ମହାନିର୍ବାଣ

ମହାନିର୍ବାଣ

1 min
433


....... ମହାନିର୍ବାଣ.......

ଶୁଣ ଥରେ ମୋର ହେ ଆଗନ୍ତୁକ?

ମୋ ହୃଦୟର ଵେଦନା କଥା.

ପ୍ରତୀକ୍ଷା ମୋ ଶହ ଶହ ବର୍ଷର

ତୁମେ ଆସ?

ତୁମେ ଥରୁଟିଏ ହେଲେବି ଆସ.

ତୁମରି ପାଦର ସ୍ପର୍ଶରେ ପବିତ୍ର ହୋଇ ଯାଉ

ମୋର ଏ ଅଭିଶପ୍ତ ଜୀବନ ମଞ୍ଚ

ତୁମରି ପ୍ରତୀକ୍ଷା ଯେ ଏତେ ଲମ୍ବା!

ତାହା ମୁଁ ପାରିନଥିଲି କରି କଳନା

ହୁଏତ ମୋ ତପସ୍ୟା ପାରିନି କରି ସନ୍ତୁଷ୍ଟ ତୁମକୁ

ନ ହେଲେ କଣ ପାଷାଣୀ ରୁ ମୁକ୍ତି ପାଇଥାନ୍ତା ଅହଲ୍ୟା?

ହୁଏତ ତା ପରି ମୋ ତପସ୍ୟାରେ ନାହିଁ ଏକାଗ୍ରତା

ତଥାପି ମୁଁ କରିଚାଲିଛି ପ୍ରତୀକ୍ଷା ତପସ୍ୟା ପରି

ତୁମେ ମୋ ତପସ୍ୟା କୁ ଅଘୋର୍ ନାମ ଦେଇପାର

ଯାହାର ଅନ୍ତ କେବେ ମୁଁ ଜାଣେନା

କିନ୍ତୁ ମୁଁ ଘୋର ଆଶାବାଦୀ

ଖୁବ୍ ଶୀଘ୍ର ପାଇବି ମୁକ୍ତି ଏଇ ନର୍କରୁ

ସମସ୍ତେ ତ ଆସନ୍ତି ଆଉ ଚାଲିଯାଆନ୍ତି

ମାତ୍ର ମୁଁ ଯେଉଁଠି ଥିଲି ଆଜିବି ସେଇଠି

ଯାହା ଖାଲି ଝୁଲୁଛି ବାଇଆ ବସା ଭଳି

ଶୂନ୍ୟରେ ହଳା ହଳ ଭରା ପାପର ମହା ଶୂନ୍ୟରେ

ବାସ୍!ଖାଲି ଅପେକ୍ଷା ଗୋଟେ ମହଜାଗତିକ ଦୃଶ୍ୟର

ସମସ୍ତେ ତ ମହାପ୍ରଭୁ ଶ୍ରୀରମ ହୋଇପାରିବେନି

ଯିଏ ମୋତେ ଦେଇପାରିବେ ମୁକ୍ତି

ଏଇ ନର୍କର ଜୀବନରୁ.........

ସୁବ୍ରତ କୁମାର ଜେନା

ଯାଜପୁର

୯୭୭୬୨୦୮୯୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍