STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ମହାମନ୍ତ୍ର

ମହାମନ୍ତ୍ର

1 min
12K

 

ଆକୁମାରୀ ହିମାଚଳ ପରିବ୍ୟାପ୍ତ 

ଏଇ ଯେ ସୁନାର ଦେଶ 

ଆମରି ଭାରତବର୍ଷ, 

ଏଠି ପବନରେ ପ୍ରବାହିତ 

ଭାତୃତ୍ୱ ର ପବିତ୍ରତା, 

ମେଘ ବି ଢାଳି ଦିଏ 

ଘୋର ମିତ୍ରତା, 

ଆଉ ଧୋଇ ନିଏ 

ସବୁ ଆବିଳତା l 

ଏଠି ପୁଣି ରକ୍ତରେ 

ଲେଖା ହୁଏ 

ପ୍ରୀତିର ସନ୍ଦେଶ, 

ପର କୁ ଆପଣାର 

ମଣିବାର କଳା 

ସାରା ବିଶ୍ୱକୁ 

ଶିଖାଇଛି ଏ ଦେଶ l 

ଆସୁ ଯେତେ ଝଡ଼ଝଞ୍ଜା 

ମନ ରେ ରଖି ଟାଣ, 

ହେଇପାରେ ସୀମାପାର     

ଆତଙ୍କବାଦ ଅବା 

କରୋନାର 

ତୀବ୍ର ସଂକ୍ରମଣ l 

ଶାନ୍ତି, ମୈତ୍ରୀ, ପ୍ରଗତି ର 

ବାର୍ତ୍ତା କରି ବିତରଣ, 

ମାନବ ଜାତିକୁ 

ମାନବିକତାର 

ମହା ମନ୍ତ୍ର ରେ 

ଦୀକ୍ଷିତ କରି 

ବିଶ୍ୱେ ଗୁରୁ 

ବୋଲାଇବ ଜାଣ l

  

    


Rate this content
Log in