STORYMIRROR

Narayan chandra Senapati

Others

3  

Narayan chandra Senapati

Others

ମହାଳୟା

ମହାଳୟା

1 min
369


ହେ ମହାଳୟା....

ସରଗର ସିଡିରୁ ଯେବେ ଓହ୍ଲାଇଆସ

ପିତୃପକ୍ଷ ଓ ଦେବୀପକ୍ଷର ମଧୁର ସଙ୍ଗମରେ

ଏ ପବିତ୍ର ବସୁଧାଟା ଆନନ୍ଦରେ ହସିଉଠେ

ଶରଧାରେ ସର୍ବେ ଶ୍ରାଦ୍ଧ ଦିଅନ୍ତି ପୂର୍ବପୁରୁଷଙ୍କୁ

ବାଲିରେ, ଅନ୍ନରେ, ହୃଦୟରେ, ଆତ୍ମାରେ...

କି ଅପୁର୍ବ ସେ ଭାବ !

 

ପିତୃପରିଚୟବିହୀନ ବିଚରା କର୍ଣ୍ଣଟା 

ପାଇଲାନି ସୁଯୋଗ

 ଦେଇପାରିଲାନି ଶ୍ରାଦ୍ଧ ବୋଲି

ସ୍ୱର୍ଗପ୍ରାପ୍ତି ପରେ ପାଇଲାନି ଦାନା

ଓହ୍ଲାଇଆସିଲା ଧରାକୁ

ଷୋଡଶ ଦିବସର ପ୍ରସ୍ତୁତି ପରେ

ପୁନଃ ଦେଲା ଶ୍ରାଦ୍ଧ

ଏ ପିତୃ ପକ୍ଷର ଅନ୍ତିମରେ 

ଆଜି ଦିନର ପବିତ୍ର ଆସରରେ

ସତରେ କି ଭାଗ୍ୟବାନ ସେ !


ଆଜି ଦିନର ମାହେନ୍ଦ୍ର ବେଳାରେ 

ଦେବୀପକ୍ଷର ପ୍ରାରମ୍ଭ

ମା' ଦଶଭୂଜା ଓହ୍ଲାଇଆସନ୍ତି ମୋ ଧରାକୁ

ନ୍ୟାୟର ଆଶାବାଡି ଧରି

ପାଇବାକୁ ଷୋଡଶ ଉପଚାର ପୂଜା

ଅସୀମ ହର୍ଷ ଉଲ୍ଲାସରେ

ଦେବାପାଇଁ ବି ଅଭୟବର  

ମୋ ଧରଣୀବାସୀଙ୍କୁ 

 କି ପବିତ୍ର ହୃଦୟରେ !!  


ଆଜିର ଦିନରେ

ପିତୃପୁରୁଷଙ୍କୁ କରନ୍ତି ଶୁଭ୍ରବସ୍ତ୍ର ଦାନ

ଅଭିନବ ତର୍ପଣ ପୁରୁଷ ପୁରୁଷଙ୍କୁ

ଶ୍ରଦ୍ଧାରେ ଗାଈ କୁକୁରଙ୍କୁ ପରସା

ଭକ୍ତିରେ ବ୍ରାହ୍ମଣଙ୍କୁ ବି ପ୍ରୀତି ଭୋଜନ

ଉଲ୍ଲାସର ମହା ଆଳୟରେ..

ନିଜ ସ୍ୱର୍ଗୀୟ ଭିଟାମାଟିରେ..

ଧନ୍ୟ ଧନ୍ୟ ହେ ମହାଳୟା ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍