ମହାଲକ୍ଷ୍ମୀ ନମସ୍ତୁତେ
ମହାଲକ୍ଷ୍ମୀ ନମସ୍ତୁତେ
• କବି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ମା ଦେବୀ ଜଗତ ଜନନୀ
• ବୈକୁଣ୍ଠ ବାସିନୀ ବିଷ୍ଣୁ ପାଟରାଣୀ
• ଯୋଗାରୁଢା ପଦ୍ମାସିନୀ ।।
•
• ତୁ ମାତ ଚଞ୍ଚଳା କ୍ଷୀର ସିନ୍ଧୁ ବାଳା
• ତୋ ବିହୁନେ ମାତ ଅସ୍ଥିର ଅଚଳା
• ତୁଉ, ସଉଭାଗ୍ୟ ପ୍ରଦାୟିନୀ , ମା, ଦେବୀ….।।
•
• ପଦ୍ମାଳୟା ପଦ୍ମା ପଦ୍ମହସ୍ତା ରମା
• ସର୍ବ ସୁର ପୁଜ୍ୟା ବାସୁଦେବ ବାମା
• ମାଆ, ଘେନ ଅଧିନ ଦୟିନୀ , ମା,ଦେବୀ…..।।
•
• ସିଦ୍ଧି,ବୂଦ୍ଧି ଦାତ୍ରୀ କରୁଅଛି ସ୍ତୁତି
• ବଇକୁଣ୍ଠେ ଲକ୍ଷ୍ମୀ ତୁ ଯେ ସରସ୍ଵତୀ
• ତୁଉ, ପରଂବ୍ରହ୍ମ ସ୍ଵରୂପିଣୀ , ମା,ଦେବୀ…..।।
•
• ଶଂଖ, ଚକ୍ର,ଗଦା ଶ୍ରୀହସ୍ତ ରେ ଶୋଭା
• ଦେବୀ ମହାଲକ୍ଷ୍ମୀ ତୁ ଯେ ପଡିଦାତା
• ମାତ, ଭୁକ୍ତି,ମୁକ୍ତି ପ୍ରଦାୟିନୀ , ମା,ଦେବୀ…..।।
•
• ତ୍ରୈଲୋକ୍ୟ ପୁଜିତା ସଦା ସୁଖ ପ୍ରଦା
• ତୋର ପଦ୍ମପାଦେ ପ୍ରଫୁଲ୍ଲ ର ମଥା
• ତୋରେ, ବନ୍ଦଇ ମା ଗୋସାମଣୀ , ମା,ଦେବୀ….।।
• ++++
