STORYMIRROR

Puspanjali Panda

Others

4  

Puspanjali Panda

Others

ମହାଲକ୍ଷ୍ମୀ ବନ୍ଦନା

ମହାଲକ୍ଷ୍ମୀ ବନ୍ଦନା

1 min
514


ଜୟ ମହାଲକ୍ଷ୍ମୀ ଜୟ ପଦ୍ମାଳୟା

ଜୟ ମା ଚଞ୍ଚଳା ତୈଲୋକ୍ୟ ପାଳିନୀ

ଜୟ ମା ଇନ୍ଦିରା କ୍ଷିରାବ୍ଧି ତନୟା

ସତ ଶାନ୍ତି ଦୟା କ୍ଷମା ପ୍ରଦାୟିନୀ ।।

ସାଗର ଦୁଲଣୀ ଐଶ୍ୱର୍ଯ୍ୟ ଦାୟିନୀ

ସର୍ବ ସୁଖ ଦାତ୍ରୀ ଜଗତ୍ପଡିଦାତ୍ରୀ

ଅଭୟ ଦାୟିନୀ ବିଷ୍ଣୁ ପାଟରାଣୀ

ସକଳ ସମ୍ପଦ ଶୌର୍ଯ୍ୟ ବୀର୍ଯ ଦାତ୍ରୀ ।।

ନିତ୍ୟପୁଷ୍ଟା ମାଗୋ ମାତା ହିରଣ୍ମୟୀ

କମଳା କଲ୍ୟାଣୀ ନିତ୍ୟା ନାରାୟଣୀ

ଭାଗ୍ୟଶ୍ରୀ ଭାର୍ଗଭୀମାତା ଅମିତାୟୀ

ସମ୍ପଦା ସାନନ୍ଦା ମାଗୋ ସନାତନୀ ।।

ଜୟ ସୁମଙ୍ଗଳା ମାତା ସୁରେଶ୍ୱରୀ

ବିଷ୍ଣୁଶକ୍ତି ବିଷ୍ଣୁମାୟା ଯଶସ୍ୱନୀ

ମହାବିଦ୍ୟା ମଣିମାଳା ଲୋକୈଶ୍ୱରୀ

ଅଦିତୀ ଅକ୍ଷରା ବ୍ରହ୍ମ ସ୍ୱରୁପିଣୀ।।

ଦାରିଦ୍ର୍ୟ ଭଞ୍ଜନୀ ମା ସାଗରସୂତା

ଆଦ୍ୟାଶକ୍ତି ମାହେଶ୍ୱରୀ ଜୟ ଜୟ

ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତା

ତୁମ୍ଭ ପଦେ ସଦା ରହୁ ମୋର ଲୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍