STORYMIRROR

Anuja Behera

Others

3  

Anuja Behera

Others

ମହାକାଳୀ ବନ୍ଦନା

ମହାକାଳୀ ବନ୍ଦନା

1 min
169


ଘଣ୍ଟି ଘାଘୁଡି ଘର୍ଘ ଘଞ୍ଜଣି

ଘୂର୍ଣ୍ଣିତ ନେତ୍ର ଚର୍ଚ୍ଚିକା

ନିନାଦ ନାଦିନୀ ନିତ୍ୟ ବନ୍ଦିନୀ

ଗି...ରି ତନୟା ରଂଜିତା


ଡମଂ ଡମଂ ଘମଣ୍ଡ ମୁଣ୍ଡ 

ପାପୀ ନାସିନୀ ଚଣ୍ଡିକା

ସିଂହବାହିନୀ ସୁରମର୍ଦ୍ଦିନି

ଚମଣ୍ଡା ରୁଦ୍ର ନାୟିକା


ଝୁମୁଂ ଝୁମୁଂ ଝାଟ ନେତ୍ରୀ 

ଝାଟେଶ୍ୱରୀ କମଳା

କାଳପୁତ୍ରୀ କାମାକ୍ଷୀ ମା

କାଳୀ କଙ୍କାଳି ମଙ୍ଗଳା


ଉଗ୍ରରୂପ ବ୍ୟାଘ୍ର ଜ୍ୟୋତି 

ଦୁର୍ଗତିର ନାସିନୀ

ଖାଙ୍କରୀ ଭୟଙ୍କରୀ

କ୍ରୁର ଅଗ୍ନି ନନ୍ଦିନୀ


ଚଣ୍ଡୀ ସାଜି ଶିର ଛେଦି

ପିନ୍ଧି ମାଳ କଙ୍କାଳ

ଗଣ୍ଡି ମୁଣ୍ଡି ଦେହେ ବାନ୍ଧି

ପାପୀର ସାଜୁ କାଳ


ସଂହାର କରୁ ମାତ ତୁ

ସାଜି ବେଶ ସିଂହାର

ଲହ ଲହ ଜିହ୍ୱା ମେଲି

ପିଉ ଲାଲ ରୁଧିର


ଅଶାନ୍ତ ରୂପକୁ ଧାୟୀ

ଶିବ ପ୍ରିୟା ଶିବାନୀ

ସର୍ବହିତେ ତୋ ଅବତାର

ସର୍ବେଶ୍ୱରୀ ଭବାନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍