ମହାଗୌରୀ
ମହାଗୌରୀ
1 min
339
ଆଶ୍ବୀନ ମାସରେ ଅଷ୍ଟମୀ ତିଥିରେ
ମହାଗୌରୀ ରୂପ ଧରି
ବୃଷବ ବାହାନେ ଆସୁଅଛ ମାଗୋ
ଧରା ଧାମେ ଅବତରୀ
ଅମ୍ବେ ଅମ୍ବାଳିକା ରୁଦ୍ରାଣୀ କାଳିକା
ଶୁକ୍ଳବସ୍ତ୍ର ମାହେଶ୍ବରୀ
ଚର୍ତୁଃଭୂଜା ରୂପେ ଦିଅ ଦରଶନ
ଏତିକି ମାଗୋ ଗୁହାରୀ
ହସ୍ତେ ଶୋଭା ପାଏ ତ୍ରିଶୂଳ ଡମ୍ବରୁ
ତୁହିଁ ଦୃଢ ତପସ୍ବିନୀ
କରୋନାକୁ ନାଶ ଏ ଧରା ଧାମରୁ
କରୁଣାମୟୀ ଜନନୀ
ତୁମ ହାତ ଗଢା ଏ ସଂସାର ମାଗୋ
ଆଜି ଲାଗେ ବିଷମୟ
ଭକ୍ତିରେ ଡାକୁଛି ମାଗୋ ମହାଗୌରୀ
ଚରଣେ ଦିଅ ଆଶ୍ରୟ ।
