STORYMIRROR

Ansuman Swain

Others

4  

Ansuman Swain

Others

ମହାବିଷୁବସଂକ୍ରାନ୍ତି

ମହାବିଷୁବସଂକ୍ରାନ୍ତି

1 min
235

ଓଡ଼ିଆ ଜାତିର ନବବର୍ଷ ଆଜି

  ଆସ ହେ ଭଉଣୀ ଭାଇ

ପାଳିବା ସଭିଏଁ ପଣା ସଙ୍କରାନ୍ତି

  ଭେଦ ଭାବ ଭୁଲିଯାଇ ll


ମାଆ ରାମଚଣ୍ଡୀଙ୍କ କରୁଣା ଅପାର

   ରଖିବେ ସୁଦୟା ସର୍ବେ

ଭକ୍ତି ଭାବେ ଭରା ସେହି ଝାମୁ ଯାତ୍ରା

   ପାରମ୍ପରିକ ଏହି ପର୍ବେ ।।


ଗ୍ରୀଷ୍ମର ପ୍ରକୋପ ଉତ୍ତପ୍ତ ହୁଅଇ

   ଗରିଷ୍ଟ ଖାଦ୍ୟ ହଜମ

ଜଗାକୁ ସୁମରି ନୂଆ ପାଞ୍ଜି ଲେଖା

   ହୋଇବ ଆଜି ପ୍ରଥମ ।। 


ପଞ୍ଚଭୂତ ଏବେ ହୋଇବେ ଅତିଷ୍ଟ

  ଅସମ୍ଭାଳ ହେବ ଦିନ

ଅତିଷ୍ଟ ଜ୍ୱାଳାରୁ ମୁକତି ଦେବାକୁ

   ଜନମିବେ ହନୁମାନ ।।


ଚଇତି ପରବ ଏହି ଦିନେ ମୁଖ୍ୟ

   ଘୋଡାନାଚ ମନୋହର

 ଦଣ୍ଡନାଚ ପୁଣି ଓଡ଼ିଶା ପ୍ରସିଦ୍ଧ

  ଦେଖିଲେ ଲାଗେ ସୁନ୍ଦର ।।


କରୁଣାମୟୀ ସେ ଅପାର କରୁଣା

  ଯାଚିଦେବେ କେତେ ବର

 ସବୁଠୁ ସୁନ୍ଦର ସଭିଙ୍କ ନିଜର

   ଓଡ଼ିଆ ପରବ ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍