STORYMIRROR

Jagabandhu Sahu

Others

4  

Jagabandhu Sahu

Others

ମହାଭାରତ

ମହାଭାରତ

1 min
26

କୁନାରେ ତୋତେ  କହୁଛି ଆଜି

   ମହାଭାରତ କଥା

ଶୁଣିଲେ ଧନ  ସେଇ କାହାଣୀ

   ଘୁରି ଯାଉଛି ମଥା

ଏ ପାଖେ କୌରବ ସେ ପାଖେ ପାଣ୍ତବ

   ରଚିଲେ ମହାଭାରତ

ସେ ମହାଭାରତେ ଯୋଗ ଦାନ ଦେଲେ

   ସ୍ୱୟଂ ପ୍ରଭୁ ଲକ୍ଷ୍ମୀକାନ୍ତ

ଏକ ପଟେ ଧର୍ମ ଅନ୍ୟ ପଟେ ପାପ

  ହୋଇଲା ଦୁଇ ବିଭକ୍ତ

ଧର୍ମର ସ୍ଥାପନା  ପାଇଁକି ଶ୍ରୀକୃଷ୍ଣ

  ନେଲେ ଏକ ପଦକ୍ଷେପ 

ପାଣ୍ତବ ପକ୍ଷରେ  ଅର୍ଜୁନ ରଥରେ

  ରହିଲେ ସାରଥି ରୂପେ

ବିଜୟର ପଥେ ନେଲେ ପାଣ୍ତବଙ୍କୁ

  ଚଢି ନନ୍ଦିଘୋଷ ରଥେ

ସାମକ ପଞ୍ଚକରେ ଯୁଦ୍ଧ ଆରମ୍ଭିଲେ

   ପାଣ୍ତବ କୌରବ ମିଶି

ରକ୍ତାକ୍ତ ହୋଇଲା କୁରୁକ୍ଷେତ୍ର ଭୂଇଁ

  ପାପୀମାନଙ୍କୁ ଯେ ନାଶି

ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ

   ଜୟଦ୍ରଥ ପୁଣି କର୍ଣ୍ଣ

ଅଶ୍ୱତସ୍ଥମା ସଙ୍ଗେ ଶକୁନି ଦୁର୍ଯ୍ୟୋଧନ

  ଶଲ୍ୟ ଆଉ ଦୁଃଶାସନ

ଲକ୍ଷ୍ୟ ଲକ୍ଷ୍ୟ ଶବ କୁରୁକ୍ଷେତ୍ରେ ଗଡ଼ି

   ଦିଶିଲା ରକ୍ତାକ୍ତ ବର୍ଣ୍ଣ

କୌରବ ପକ୍ଷର ବିନାଶ ହୋଇଲା

   ଯୁଦ୍ଧ ହେଲା ସମାପନ

ବିଜୟ ଧ୍ୱଜାକୁ  ଉଡାଇ ପାଣ୍ଡବ

   ଫେରିଲେ ହସ୍ତିନାପୁର

ଧର୍ମର ସ୍ଥାପନା ହେଲା ଭାରତରେ

  ମରିଗଲେ କେତେ ବୀର

ଭାଇ ଭାଇ ଯୁଦ୍ଧ ଏ ମହାଭାରତ

  କୁନା ରଖିଥାରେ ମନ

ହିଂସା ଆଚରଣ ବିନାଶ ମାର୍ଗରେ

  ନେଇଥାଏ ସଦା ଜାଣ

ଠିକା ଠିକା କରି ଏ ମହାଭାରତ

   କରିଲି ମୁହିଁ ବର୍ଣ୍ଣତ

ଦୋଷା ଦୋଷ କେହି ଧରିବନି ବନ୍ଧୁ

   କବିତା କଲି ସମାପ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍