ମହାଭାରତ
ମହାଭାରତ

1 min

103
କାହିଁ ସେ ଜହ୍ନରାତି
ସାଗର ତୀରେ ସାନ୍ଧ୍ୟ ପୀରତି
କାହିଁ ସେ ପିଲାବେଳ
ଗାଁ ଦାଣ୍ଡେ ଧୂଳିଖେଳ !
ଆଜି ବୟସର ଅପରାହ୍ନେ
ଜହ୍ନ ବି ଦେଖିଲେ ହସେନା ଆଗେ,
ଜଣେ ପ୍ରତାରକ କହି
ଲାଭ କ୍ଷତିର ହିସାବ ମାଗେ !
ଏଇ ତ ବିଚିତ୍ର ଜୀବନ ଭାଇ
ସ୍ୱାର୍ଥ ର ଚାଦର ତଳେ,
ଇର୍ଷା, ହିଂସା, ପରଶ୍ରୀକାତରତା
ଶୋଇଛନ୍ତି କାୟା ମେଲେଇ !
କେବେ ଭଲ ପାଇବାର ଆଳରେ
ପୁଣି କେବେ କହି ଧର୍ମଗତ,
ଲେଖା ହୁଏ ପ୍ରତିଦିନ ଏଠି
ଗୋଟେ ଗୋଟେ ମହାଭାରତ l