STORYMIRROR

Pinku Ranbida

Others

4  

Pinku Ranbida

Others

ମହାଭାରତ (କର୍ଣ୍ଣ )

ମହାଭାରତ (କର୍ଣ୍ଣ )

1 min
187

ମହାଭାରତରେ କର୍ଣ୍ଣ ଚରିତ୍ରକୁ 

ଆଜି କହୁଛି ସମସ୍ତଙ୍କୁ ଶୁଣ,

ଭୁଲଥିଲେ କ୍ଷମା କରିଦେବେ

ଜ୍ଞାନୀ, ଗୁଣି, ସାଧୁ ଗଣ l


ମାତା କୁନ୍ତୀଙ୍କ ଗର୍ଭରୁ ଯାତହେଲେ

ବାପା ସୂର୍ଯ୍ୟ ଦେବତା ତାଙ୍କର,

ଭାଗ୍ୟର ବିଡମ୍ବନା ହେଲା ସତେ

ଅଛୁଆଁ ଜାତିକୁ କଲେ ନିଜର l


ଭାଗ୍ୟର ଲିଖନ କେ କରିବ ଆନ

ସେଜେ ସର୍ବଶ୍ରେଷ୍ଠ ହେଲେ ଧନୁର୍ଧାରି,

ଗୁରୁକଲେ ପର୍ଶୁରାମ ଋଷିକୁ 

ସୂର୍ଯ୍ୟଙ୍କ କବଚରେ ତାଙ୍କ ଦେହ ତିଆରି l


ଦାନବୀର ଭାବେ ପୃଥୁବୀରେ ବିଖ୍ୟାତ

ଚାରିଦିଗେ ଉଡେ ତାଙ୍କ ନାମ,

ଅସ୍ତ୍ରବିଦ୍ୟା ହେଉକି ଜ୍ଞାନରେ ଶ୍ରେଷ୍ଠ 

ତାଙ୍କୁ କରନ୍ତି ସମସ୍ତେ ପ୍ରଣାମ l


କାହାକୁ କେବେ ଫେରେଇନାହାନ୍ତି

ଯିଏ ଯାହା ମାଗିଛି ତାଙ୍କୁ,

କିଛିନା କିଛି ଦେଇଛନ୍ତି କର୍ଣ୍ଣ 

ସ୍ଵ ଇଚ୍ଛାରେ ଦାନ କରିଛନ୍ତି ସମସ୍ତଙ୍କୁ l


ତପସ୍ୟା ବଳରେ ବ୍ରହ୍ମାକୁ ହରେଇ

ବ୍ରମାସ୍ତ୍ର କଲେ ତାଙ୍କଠାରୁ ଅର୍ଜନ,

ମହାଭାରତରେ କର୍ଣ୍ଣ ଚରିତ୍ର

ସବୁଠାରୁ ଯେ ସର୍ବଶ୍ରେଷ୍ଠ ଜାଣ l



Rate this content
Log in