ମହାଭାରତ କାଲି ଆଉ ଆଜି
ମହାଭାରତ କାଲି ଆଉ ଆଜି
ମହାଭାରତର କଥା,
ଆଜି ବି ଜୀବିତ ଏ ଧରା ବକ୍ଷେ ,
ଆକାଶରେ, ବଣ ପାହାଡ଼ରେ,ଆଉ ଝରଣାରେ,
ଏ ମାଟିର କୋଣେ, ଅନୁକୋଣେ ।
ମହାଭାରତ କଥା କାଲି ଯାହା ଥିଲା,
ଆଜି ବି ତା ଅଛି, ହୁଏତ କାଲି ବି ରହିବ ।
ମହାଭାରତର ରାଜନୀତି,
ଆଉ ତା ଭିତରେ ଥିବା କୂଟନୀତି,
ଆଜି ବି ସବୁଠି ବିଦ୍ୟମାନ।
ବଧୂ ହତ୍ୟା, ଭ୍ରୂଣ ହତ୍ୟା,ଆଉ ନାରୀର ଚିର ହରଣ ରେ,
ଘଟୁଛି ରାଜନୀତିର ସଫଳ ରୂପାୟନ ।
ଋଣଗ୍ରସ୍ତ ଚାଷୀ,ଖଟିଖିଆ ଦାଦନ ଶ୍ରମିକ,
ସ୍ତ୍ରୀ ତ୍ବର ଅହଙ୍କାର କୁ ନେଇ,
ନିତି ଚାଲିଛି ପଶାପାଲି ର ଖେଳ,
ମହାଭାରତର କୂଟନୀତି ର ଖେଳ,
ଯାହାର ନାହିଁ ଅନ୍ତ।