Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Others

3.4  

Mr.Siddheswar Behera

Others

ମହା ଶିବରାତ୍ରି

ମହା ଶିବରାତ୍ରି

1 min
410


ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ 

ଆଜି ପରା ସୋମବାର ।

ଆଜିର ଦିନରେ ହିନ୍ଦୁ ଭକ୍ତମାନେ 

ପାଳନ କରନ୍ତି ଜାଗର ।।


ସବୁ ଶୈବ ପୀଠ ଗୁଡିକରେ 

ଲାଗିଛି ଭକ୍ତ ମାନଙ୍କ ଭିଡ ।

ଶିବ ଏକା ସତ୍ୟ ଶିବ ହିଁ ସୁନ୍ଦର 

ତାଙ୍କ ବିନା ଏଠି ସବୁତ ଜଡ ।।


ଉପବାସ ରହି ମନ୍ଦିରକୁ ଯାଇ 

ଭକ୍ତ କରନ୍ତି ଶିବ ଦର୍ଶନ ।

ଉଜାଗର ରହି ଦୀପ ଜଳେଇ 

କରିଥାନ୍ତି ତାଙ୍କରି ପୂଜନ ।।


ଭୋଳା ଶଙ୍କର ସେ ମହାଦେବ

ପୂଜାରେ ପ୍ରଭୁ ହେଲେ ସନ୍ତୁଷ୍ଟ ।

ଆଗ ପଛ କିଛି ନ ବିଚାରି 

ବରଦାନ କରିଥାନ୍ତି ସେ ତୁରନ୍ତ ।।


ଶିବରାତ୍ରି ପୂଜାର ଏହି ମହତ୍ଵ 

ଅନ୍ଧାର ଉପରେ ହୁଏ ଆଲୋକର ଜୟ ।

ଶିବ ପୂଜା ଯେଉଁ ଭକ୍ତ କରନ୍ତି 

ଭୂତ ପ୍ରେତ ପ୍ରତି ତାଙ୍କ ନ ଥାଏ ଭୟ ।।


ଦେବଙ୍କର ଦେବ ସେ ମହାଦେବ 

ମାତା ପାର୍ବତୀଙ୍କର ସେ ପତି ।

ଅନ୍ୟାୟ ଅତ୍ୟାଚାର ବଢଇ ଯେବେ 

ତାର ସେ ସଂହାର କରନ୍ତି ।।


ଦୁଇ ପୁଅ ତାଙ୍କ ଗଣେଶ କାର୍ତ୍ତିକ 

କେହି କା ଠାରୁ କମ୍ ନୁହଁନ୍ତି ।

ଜଣେ ବିଦ୍ୟାଦାତା ଅନ୍ୟ ଜଣେ ଗୁଣୀ 

ପୂଜା ସବୁଠି ସେ ପାଆନ୍ତି ।।


ଆଲୋକର ପର୍ବ ଅଟେ ଏତ 

ଶିବରାତ୍ରି ନାମେ ପାଳେ ଜଗତ ।

ତୁମ ନାମ ଜପି ହେ ଭୋଳାନାଥ 

ସଭିଙ୍କ ଉପରେ ରହୁ ତୁମ ଆଶିଷ ।।



Rate this content
Log in