STORYMIRROR

Smrutirekha Acharya

Others

3  

Smrutirekha Acharya

Others

ମହା କାର୍ତ୍ତିକ

ମହା କାର୍ତ୍ତିକ

1 min
328

ଆଶ୍ୱିନର ପରେ ମହା କାର୍ତ୍ତିକରେ

ଲିପ୍ତ ସଭିଏଁ ଧର୍ମ କାର୍ଯ୍ୟ ରେ

ଦେବ ମନ୍ଦିରରେ ଦାଣ୍ଡ ଚଉରାରେ

ପାଞ୍ଚ ରଙ୍ଗ ଭରା ମୋ ରାଜ୍ୟେ ।


ମିଥ୍ୟା ଆମିଷ ମାଛ ମାଉଁସ

କରି ସର୍ବେ ତ୍ୟାଗ

ପ୍ରଭୁ ଆଶିଷ ଭିକ୍ଷା ଅଶେଷ

ଧରି ମନେ ରାଗ ।


ପ୍ରକୃତ ଆମିଷ ଲୋଭ, କ୍ରୋଧ, ଇର୍ଷା

ତାକୁ କର ଶେଷ ହେବ ସୁଖ ବର୍ଷା

ରଖ ବିଶ୍ଵାସ ହେବ ଅବଶେଷ

ଦୁଃଖ ଦରିଦ୍ର ଆଉ ଅବଶୋଷ ।


ସାଧବ ପୁଅଙ୍କ ବୋଇତ ବନ୍ଦାଣି

କାର୍ତ୍ତିକ ପୂର୍ଣ୍ଣିମାରେ କରେ ସାଧବାଣୀ

ଦେଖିବାକୁ କାହିଁ ମିଳୁନି ଆଜି

ସେ ସ୍ନେହ ଶ୍ରଦ୍ଧା ଭରା ବିଦାୟ ରୋଷଣୀ ।


କୈବର୍ତ୍ୟ ମାନଙ୍କ ଜାଲିଆ ଭଷାଣି

ଥିଲା କେଡେ ମନୋରମ ଜେଜେମା କୁହଇ

ଅଛି ସୁନ୍ଦର ବୋଇତ ବାଜା ବାଣ ଅନେକ

ହେଲେ ସଭିଏଁ ଆଜି ମଦ, ମାଂସର ଶିକାର ।


ଗାଁ ପୋଖରୀରେ କଦଳୀ ଫାସୁଙ୍ଗା ରେ

ପାନ ଗୁଆ ଦେଇ କୁନି ମାଟି ପାତ୍ରେ

ଘିଅ ବାତି ଜାଳି ଆଗକାଳେ

ପୂର୍ବ ପୁରୁଷ ଙ୍କ ସଂମାନ କରୁଥିଲେ

ହେଲେ ଆଜି ଭାସୁଛି

ଆଖି ସୁନ୍ଦରିଆ ପ୍ରଦୂଷଣ ପୂର୍ଣ୍ଣ

ରଙ୍ଗ ବେରଙ୍ଗର କାଗଜ ଡ଼ଙ୍ଗା

ନାହିଁ ଘିଅ ବାତି ଜଳୁଛି କ୍ୟାଣ୍ଡଲ

ଝୁରିଝୁରି ବାଣ

କରିବାକୁ କ୍ଷୟ ପରିବେଶ ଆମ

ହୁଅ ଜାଗ୍ରତ ହେ ମୁଢ

ଆଣ ବଦଲାଭ ଏ କ୍ଷୟ ର ମାର୍ଗେ

ଜଳିଯିବ ନଚେତ ଏ ସୁନ୍ଦର ସର୍ଜନା ।


ରାସ ପୂର୍ଣ୍ଣିମା ରେ କୁନି ରାଧା କୃଷ୍ଣ

ସୁସଜ୍ଜିତ ଆଜି ଦେଖେଇବାକୁ ରାସ

କେଡେ ସୁନ୍ଦର ଠାଣି ସହ

କରୁଛନ୍ତି ସଭିଙ୍କୁ ନିଜର ପରା ।


Rate this content
Log in