STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମହା ବିନାୟକ ନମୋ ନମଃ

ମହା ବିନାୟକ ନମୋ ନମଃ

1 min
407

 ଗଜ ବଦନ ଲମ୍ବୋଦର ହେ ଦରହର

 ବିଜୟ କରିଛ ପ୍ରଭୁ  ଇନ୍ଦୁର ପୃଷ୍ଠର 

 ଜୟ ଜୟ ଗଜାନନ ପାର୍ବତୀ କୁମର

        ହେ ଦରହର ।।

 

 ସିନ୍ଦୂର ପୁରିତ  ତନୁ ଖର୍ବ, ସ୍ଥୁଳ 

    ଅପରୂପ ମନୋହର

 ବୁଦ୍ଧି ବିଦ୍ୟା ଦାତା ଭାଗ୍ୟ ବିଧାତା 

   ତବ ମହିମା ଅପାର

 ବିଘ୍ନ ବିନାଶକ  ସିଦ୍ଧି ଦାୟକ 

   ସର୍ବାଗ୍ରେ ପୂଜ୍ୟ ଠାକୁର

 ଗଜ ବଦନ ଲମ୍ବୋଦର ହେ ଦରହର ।।

 

 ସିଦ୍ଧି, ରିଦ୍ଧି ଧବ କୋଟି ରବି ରଙ୍ଗ 

    ଅଙ୍ଗରାଗ ଝଟକଇ

 ଶୈଳ ସୁତା ସୁତ ପ୍ରଭୁ ଗଣନାଥ 

   ତୁମ୍ଭର ସ୍ଵାଗତ ପାଇଁ

 ସଜାଇ ହୋଇଛି  ପ୍ରକୃତି ପାତିଛି 

    ସବୁଜ ଓଢଣୀ ତାର

 ଗଜ ବଦନ ଲମ୍ବୋଦର ହେ ଦରହର ।।

 

 ଦଣ୍ଡ,ପାଶ, ଅଙ୍କୁଶ ରକ୍ତ ରଙ୍ଗ ବାସ 

    ପରିଧାନ ମନୋହର

 ହେ ମୋଦକ ପ୍ରିୟ ଦିଅ ହେ ଅଭୟ

    ଅଧମେ କରୁଣା କର

 ଆସ ଦୟାମୟ  ଧରଣୀରୁ କ୍ଷୟ

    ହେଉ ଅଜ୍ଞାନ ଅନ୍ଧାର

 ଗଜ ବଦନ ଲମ୍ବୋଦର ହେ ଦରହର ।।

 

 ଆଜିର ପବିତ୍ର  ଭାଦ୍ର ଶୁକ୍ଳ ପକ୍ଷ

    ଚତୁର୍ଥୀ ତିଥିରେ ତବ

 ମଙ୍ଗଳ ବାଜଣା  ବାଇ, ନିରାଜନା-

    କରୁ, ଜୟ ବିନାୟକ 

 ଜ୍ଞାନାଲୋକେ ରସା ହେଉ ଆଶା ଭୂଷା 

    ଘେନ ପୁଷ୍ପାଞ୍ଜଳି ମୋର

 ଗଜ ବଦନ ଲମ୍ବୋଦର ହେ ଦରହର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍