ମେଘରଂଗର ଗୋଧୂଳି
ମେଘରଂଗର ଗୋଧୂଳି
1 min
251
ମେଘ ରଂଗର ଗୋଧୂଳି
ଆକାଶରେ
ମାଟିର ପଣତରେ କ୍ରମଶଃ ଅଂଧାରର ଜିଦ୍
ମୁଁ ଆକାଶ ରଂଗରେ ଗୋଟେ ବାଟବଣା ବାଟୋଇ
ଫେରି ପାରିଲିନି ଘର।
ଦେଖ
କେମିତି ସେ ମେଘରଂଗ ମତେ
ଶୂନ୍ୟ କରି ନେଇଯାଉଛି ଛାତିକୁ
ମୁଁ ଫେରିବି ହୁଏତ
ପହିଲି ମେଘ ଆଉଥରେ ତମକୁ ଛୁଇଁଲେ
ତମେ ଖୁବ୍ ଅନ୍ୟମନସ୍କ ହେଲେ
ମତେ ଭୁଲିଛ ବୋଲି ଭୁଲିଗଲେ ।
