STORYMIRROR

Padmaja Saran

Others

3  

Padmaja Saran

Others

ମେଘରଂଗର ଗୋଧୂଳି

ମେଘରଂଗର ଗୋଧୂଳି

1 min
252

ମେଘ ରଂଗର ଗୋଧୂଳି

ଆକାଶରେ

ମାଟିର ପଣତରେ କ୍ରମଶଃ ଅଂଧାରର ଜିଦ୍

ମୁଁ ଆକାଶ ରଂଗରେ ଗୋଟେ ବାଟବଣା ବାଟୋଇ

ଫେରି ପାରିଲିନି ଘର।


ଦେଖ 

କେମିତି ସେ ମେଘରଂଗ ମତେ

ଶୂନ୍ୟ କରି ନେଇଯାଉଛି ଛାତିକୁ

ମୁଁ ଫେରିବି ହୁଏତ


ପହିଲି ମେଘ ଆଉଥରେ ତମକୁ ଛୁଇଁଲେ

ତମେ ଖୁବ୍ ଅନ୍ୟମନସ୍କ ହେଲେ

ମତେ ଭୁଲିଛ ବୋଲି ଭୁଲିଗଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍