STORYMIRROR

SACHALA GURU

Others

3  

SACHALA GURU

Others

ମେଘ

ମେଘ

1 min
178

ପ୍ରଭାତର ମେଘ ଆସଇ ସେ ବାଘ

ଗର୍ଜନ ତର୍ଜନ କରି

ସତେକି ବସୁଧା ଛାରଖାର ହେବ

ଝଡ଼ ବତାସକୁ ଧରି ||


ଛେଳିମାନଙ୍କର ମହା ଯେ ସଂଗ୍ରାମ

କରଇ ପ୍ରଳୟଙ୍କରୀ

କିଛି କ୍ଷଣ ପରେ ଥମି ଯାଇଥାଏ

ପ୍ରଦ୍ୟୁର୍ଭାବ ଯେ ତାଙ୍କରି ||


ପତିପତ୍ନୀ ମଧ୍ୟେ ଝଗଡ଼ାର ଯୁଦ୍ଧେ

ପ୍ରଭାତର ମେଘ ପରି

ଉଭୟଙ୍କ ଝଡ଼ କ୍ଷଣିକର ତାଡ଼

ଯାଇଥାଏ ଅପସରି ||


ନିଶାଦ୍ରବ୍ୟ ଖିଆ ଗିରସ୍ତ ତାଙ୍କର

ଗର୍ଜନ ତର୍ଜନ ହୋଇ

ଭାରିଜା ତାହାର ଆକଟ କରିଲେ

ପିଠିରେ ପ୍ରହାର ଦେଇ ||


ବେକାରିଆ ପୁଅ ଝିଅ ହୋଇଥିଲେ

ପିତା କରଇ ଆକଟ

କେଉଁ ଆଡୁ ମେଘ ମାଡ଼ି ଆସି ଥାଏ

ଘୋଟେ କରାଳ ସଙ୍କଟ ||


ଅରଣ୍ୟ ମଧ୍ୟରେ ମୁନିଋଷିମାନେ

କରନ୍ତି ଆନନ୍ଦେ ଶ୍ରାଦ୍ଧ

ଉଚ୍ଚକୋଟୀ ନାମ ମେଘର ସମାନ

ପତ୍ରରେ ଫଳ ଆଦିତ ||


ପ୍ରାତଃ କାଳୀନର ମେଘ ଆଗମନ

କଳାଘୁମରକୁ ନେଇ

ବିଜୁଳି ଆଲୋକ ଚମକାଇ ଦେଇ 

ଧିରେ ଯାଏ ସେ ଉଭାଇ ||



Rate this content
Log in