STORYMIRROR

Sanjukta Padhi

Others

3  

Sanjukta Padhi

Others

ମେଘ

ମେଘ

1 min
184


ମେଘରେ ମେଘ

ତୁ ତ ଅଚିହ୍ନା ପାଗ

ତୋତେ ଛୁଇଁ ଦେଲେ

ଉଭେଇ ଯାଏ ଲୋ ରାଗ ।

ତୋ ରାଇଜରେ ସିନା

ତୁ ଭାସି ଯାଉଥାଉ

ଆମ ରାଇଜେ ତୁ

କେତେ ଘୁଘୁଡ଼ି ଵଜାଉ ।

ଚିକିମିକି ଝଲମଲ

ରୂପେଲି ମଖମଲ

ଜରି ଲୁଗା ପିନ୍ଧି

ତୁ କୁଆଡେ ଯାଉ ।

ତୋ ବୋଉ ଵୋଧହୁଏ

‌ ତୋତେ କରେନି ଆକଟ

ବୁଲି ବୁଲି ପହଞ୍ଚି ଯାଉ

ସୂଦୂର ଗଙ୍ଗା ଘାଟ ।

ମେଘରେ ମେଘ

ମୋ ମାଟିରେ ଲୋ

‌ତୋ ଭାରି ସରାଗ

ତା କଅଁଳ ପରଶେ

ତୁ ଦେଉ ମହକ

ମାଟି ଆଉ ଆକାଶ

କହ ତୁ କାହାର ଆଗ ।


  


Rate this content
Log in