STORYMIRROR

Satyabati Swain

Others

3  

Satyabati Swain

Others

ମେଘ ରଙ୍ଗୀ ହେଲି କାହିଁକି ?

ମେଘ ରଙ୍ଗୀ ହେଲି କାହିଁକି ?

1 min
325

ଆଜିକାଲି ରାତି ହେଲେ

ମୁଁ ଅଧିକ ସମୟ ଛାତ ଉପରେ କଟାଏ।


ବେକ ଭାଙ୍ଗି ଆକାଶକୁ ଅନାଏଁ

ଜଣଙ୍କ ସହ ଖୁବ୍ ଗପେ

ସବୁ ଗପ ସେଇ ଜଣକୁ ନେଇ

ଗପରେ ମୁଁ ନଥାଏ

ଅନ୍ଧାର ରାତିରେ ବେଶୀ ହସେ ସେ।


ଜହ୍ନ ମୋତେ ଭଲ ଲାଗେ

ତା ସୁନାରୀ ରଙ୍ଗରୁ ଟିକେ ଦେ ବୋଲି ମାଗେ

ଦେଖ ତ ମୁଁ କେମିତି ମେଘ ରଙ୍ଗୀ! 

ଜହ୍ନ ଟିକେ ରଙ୍ଗ ଦେଲେ ବୋଳି ହୋଇ

ଝଟକନ୍ତିନି ! 

  

କିନ୍ତୁ ଜହ୍ନଟା 

ସୁଦୁ ଫୁଲେଇ

ରଙ୍ଗ ନା ଫଙ୍ଗ,

କିଛି ଦିଏନି,

ଖାଲି ହସେ।


ଏତେ ବଦମାସୀଟା ଯେ

ବଉଦ ସଙ୍ଗେ ଗୋଡା ଗୋଡି ଖେଳେ

କେତେ ହେଁ ହେଁ ଫେଏଁ ଫେଏଁ ହୁଏ

ଇଚ୍ଛା ହୁଏ ଦିଟା କୁଟି ଦିଅନ୍ତି।

ହେଲେ ମୋର କଣ ହାତ ଜହ୍ନ ଯାଏ ପାଏ କି !


ଜହ୍ନ ଜାଣିନି 

ଏଇ ମେଘ ରଙ୍ଗୀ ପାଇଁ

ମୋତେ କେତେ ଅପଦସ୍ତ ହେବାକୁ ପଡେ।

ସବୁ ଗୁଣକୁ

ମୋର ଏଇ ମେଘ ରଙ୍ଗ

ଘୋଡାଇ ଦିଏ।


ମୁଁ "ମେଘ ରଙ୍ଗୀ ହେଲି କାହିଁକି ?"

ନିତି ଜହ୍ନକୁ ପଚାରେ

ସେ ତ ସୁନାରୀ ରଙ୍ଗ

ତାର କଣ ଅଛି

ସେ ମୋତେ ଜଳେଇ

ଆହୁରି ଉଜ୍ଜ୍ୱଳ ଦିଶେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍