STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Others

3  

ସୌମ୍ଯ ରଞ୍ଜନ ମହାପାତ୍ର

Others

ମଦର ମହିମା

ମଦର ମହିମା

1 min
401

ବାବାରେ ମଦ ସମୀକ୍ଷା,

ନେଲେ ତାହାର ଦୀକ୍ଷା।

ଜୀବନ ହୁଏ ସୁରକ୍ଷା,

ମିଳିଯାଏ କେତେ ଶିକ୍ଷା ।।

ପିଉଥିଲେ ନିତି ମଦ,

ସର୍ବେ ହୋଇବେ ମରଦ ।

ମଦକୁ ନେଇ ବ୍ୟାଖ୍ୟାନ,

ପୁଣି କେତେ ଉପାଖ୍ୟାନ।।

"ମ" ରୁ ଅଟଇ ମହାନ,

"ଦ"ରୁ ପରା ଦୟାବାନ ।

କେହି କେହି କହୁଥାନ୍ତି,

ମଦ ଦେଇଥାଏ ଶାନ୍ତି ।।

ମଦୁଆ ନପାରେ ଛାଡ଼ି,

ମଦ ପାଇଁ ଯାଏ ଛିଡି।

ତା'ରି ଗଞ୍ଜି ଆଉ ଚଡି,

ନିଶା ଯାଏ ବଢି ବଢି।।

"ମ" ରୁ ଜାଣଯେ ମରିବ,

"ଦ" ରୁ ଦରିଦ୍ର ହୋଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍