STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମଧୁର ବସନ୍ତ

ମଧୁର ବସନ୍ତ

1 min
254


ବସନ୍ତ ଆସିଛି କୋଇଲି ଗୀତରେ,   

ମହୁଲ ବନରେ,

ପେନ୍ଥି ଆମ୍ବ ବଉଳରେ,,

ମଧୁର ମଳୟ ସଞ୍ଚରି ଯାଉଛି,

ଅଚଳା ହସୁଛି,

ଦୋଳ,ଅବିର ରଙ୍ଗରେ  ।।


ନାଲି ନାଲି କେତେ ପଳାସ କୁସୁମ,

ଆହାକି ସୁଷମ,

ରଙ୍ଗେ ରଙ୍ଗାଇତ ହୋଇ,,

ପ୍ରକୃତି ରାଣୀର କାନ୍ତି ମନୋହର,

ନାହିଁ ପଟାନ୍ତର,

ବିଭୋରେ ମନ ହଜଇ ।।


ଅରୁଣ କିରଣ ନରମ ଗରମ,

ମଳୟ ପବନ,

ପରାଣ ହୁଏ ମୋହିତ,,

ଝରି ଯାଉଅଛି କାଚ କେନ୍ଦୁ ଜଳ,

ହୋଇ କଳ କଳ,

ଗାଏକି ମଙ୍ଗଳ ଗୀତ ।।


ନାନାଜାତି ଫୁଲ ହୋଇ ବିକଚିତ,

ହରୁଅଛି ଚିତ୍ତ,

ବାଣ୍ଟି ମଧୁ ସଉରଭ,,

ଉଲ୍ଲସିତ ଧରା ସତେକି ସଜନୀ,

ପ୍ରେମ ରେ ବାୟାଣୀ,

(ଏକି) ଫୁଲ ଶର ପରାଭବ ।।


ତା’ର ପରାଭବେ ଗୋପଗୋଈ ମେଳେ, 

ରାଧାରାଣୀ ଖେଳେ,

ବସନ୍ତ ରାସ ରସିଆ,,

ରଚନ୍ତି ବସନ୍ତ ବିଳାସ ଉଲ୍ଲାସ,

ଦେବେରେ ଆଶିଷ,

(ମନ)ରାଧା,କୃଷ୍ଣ ନାମ ଗାଆ ।।



Rate this content
Log in