ମଧୁର ବିନୟ ବଚନ
ମଧୁର ବିନୟ ବଚନ
କଥା କଥାରେ ଝରେ ମହୁ
କଥା କହି ଜାଣିଲେ ସବୁ ମିଠା କୁହୁ।।
କଥା କଥାରେ ଝରେ ମହୁ, କଥା କହି ଜାଣିଲେ ସବୁ ମିଠା କୁହୁ।।
ମୁହଁର ଭାଷା ଲାଗେ ଭାରି ମିଠା,
ଏମିତି ବଚନ ହେଉ ଯାହା ଜନ ସହୁ।।
ମୁହଁରେ ହସର ଲହରୀ ଖେଳୁ,
ଯେମିତି ସଭିଙ୍କ ହୃଦୟରେ ଘର କରୁ।।
ଆଖିର ଲୁହ ପୋଛିବା ପାଇଁ ପଦିଏ
ବଚନ ମଧୁର କରୁ।।
ଭାଇ ବନ୍ଧୁ ଭାବ ସବୁ କଥା ରେ ଗଢ଼ା ହେଉ,
ସଭିଙ୍କ ମନ ଶାନ୍ତି ଭରା ହେଇ ଓଠର ହସ ଥାଉ।।
ବେଳେ ବେଳେ ଏମିତି ହୁଏ,
କଥା କହି ନ ଜାଣିଲେ ସବୁ ପିତା ହୋଇ ଯାଏ।।
ମଧୁର ବାସନା ମହୁମାଛି ଠୁଁ ମିଳେ,
ସଭିଙ୍କ ଆଗରେ ଏ ମୁହଁର ବଚନ ହି ସୁ ପରିଚିତ କରି ଦିଏ।।
ପାଚିଲା କଦଳୀ ଲାଗେ ଭାରି ମଜା
ଏମିତି ଏକ ଶବ୍ଦ ଶୁଣି ହୋଇଯାଏ ସଜା।।
କେତେ ବେଲେ କେଉଁ କଥା ହୋଇ ଯାଏ କହି,
ସଭିଙ୍କ ମନ ନ ଥାଏ ଏକାପରି ହୁଏନି ସହି।।
ଗୀତା,ଭାଗବତ ପୁରାଣ ପୋଥି
ସବୁ ଥୁ କିଛି ନା କିଛି ମିଳିଛି,
ଭଲ ମନ୍ଦ ବୁଝି ପାରିଲା ପରି ମୁହଁ ରୁ କଥା ହୋଇଛି।।
ଧନ୍ୟ ହେ ଈଶ୍ୱର ଭାବନା ତୁମର
ଧନ୍ୟ କରି ଦେଲ ମୋତେ।।
ମଣିଷ ଜୀବନ ଦେଇ ଖୁସି ଲୋଭିବି ଆଉ କେତେ।।
ସରଗ ସୁଖ ମୁ ଏଇଠି ପାଉଛି,
ଯାହା ଭି କରିବି ତୁମ ନାମ ଧରି
ଶୋଭା ବଢ଼ାଉଛି।।
ମୁହଁର ବଚନ କାହା ପାଇଁ ହୁଏ ସୁଖର,କାହାପାଇଁ ହୁଏ ଦୁଃଖ ଭରା।।
କଟୁ ବଚନେ ଜନ ଅମଙ୍ଗଳ ହୁଏ
ଜୀବନ ସାରା।।
କର୍ମ କୁ ଆଦରି କରି ଚାଲେ କାର୍ଯ୍ୟ,
ଜୀବନେ କାହାକୁ ଏମିତି ବଚନ ନ କହୁ ମୋ ଓଠ କେହି ହୋଇ ଯାଉ ଯେମିତି ଅଧ୍ୟାୟ ।।
