STORYMIRROR

Srinibas Mahalik

Others

4.5  

Srinibas Mahalik

Others

ମଡର୍ଣ୍ଣ ଡ୍ରେସ୍

ମଡର୍ଣ୍ଣ ଡ୍ରେସ୍

1 min
424


ଯିଏ ଯା'ର ନିଜ ପ୍ରାଇଭେଟ୍ ପାର୍ଟକୁ

ଦେଖେଇ ପାରିଲା ଯେତେ

ଆଜିକା ଯୁଗରେ ଲୋକଙ୍କ ଆଗରେ

ସେଲିବ୍ରେଟି ସିଏ ସେତେ ।।


ଏଭଳି ପୋଷାକ ପିନ୍ଧନ୍ତି ଯେମିତି

ପିନ୍ଧି ନପିନ୍ଧିଲା ଭଳି

ସର୍ବାଙ୍ଗ ଶରୀର ଫୁଟି ଦିଶୁଥାଏ

ପାହାଚରୁ ପୁରା ଚୂଳି ।।


ମଡର୍ଣ୍ଣ ହେବାରେ ମନା ନାହିଁ ହେଲେ

ରହୁ ଟିକେ ଶାଳୀନତା

ଖରାପ ପ୍ରଭାବ ପକାଏ ଅନ୍ୟଙ୍କୁ

ପଶୁ ଟିକେ ମୁଣ୍ଡେ ଚେତା ।।


ସେଲିବ୍ରେଟିଙ୍କର ପୋଷାକକୁ ନେଇ

ମତ ଦେବା ଅନୁଚିତ

ହେଲେ ସେମାନଙ୍କ ଅଙ୍ଗ ପ୍ରଦର୍ଶନ

କେତେ ଦୂର ଯୁକ୍ତିଯୁକ୍ତ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍