STORYMIRROR

Dipti lekha Mishra

Others

3  

Dipti lekha Mishra

Others

ମଦବନ୍ୟା

ମଦବନ୍ୟା

1 min
306

ସତର୍କ ରୁହ ହେ ଭାଇଭଉଣୀ

ମଦବନ୍ୟା ହେବ ଆମ ରାଇଜେ

ଯାର ମରଦ ମଦ ଅଧିକ ବିକିବ

ପୁରସ୍କାର ପାଇବ ଅତି ସହଜେ ।

ମଦୁଆ ଭାଇ ଛାଡନ୍ତି ହୂରି

ଧନ୍ୟ ଧନ୍ୟ ହେ ସରକାର

ବିନା ଆନ୍ଦୋଳନେ ଗୁହାରୀ ଶୁଣିଲ

ଘେନା କର କୋଟି ଜୁହାର ।

ପୁରୁଷଟି ଆଜି କନିଆ ଖୋଜିଲେ

ମାଗିବ ଟଙ୍କା ଯେ ମୋଟା ଅଙ୍କର

ସେ ଟଙ୍କାରେ ମଦ ବେପାର କରି

ପାଇବ ବଡ ବଡିଆ ପୁରସ୍କାର ।

ବିଚିତ୍ର ସରକାର ବିଚିତ୍ର ନାଗରିକ

ଚିନ୍ତା କରୁଥାନ୍ତି ସବୁ ଓଲଟା

ଜାଗିଉଠ ଆଜି ନାରୀ ସମାଜ

ଭାଙ୍ଗିରୂଜି ଦେବା ମଦଭାଟିଟା ।

ମଦବନ୍ୟା ଥରେ ହୋଇଗଲେ ଜାଣ

ଭାସିବେ ଆମର କନିଆ ସବୁ

ଭାସିଗଲାବେଳେ ହସିବେ ମଦୁଆ

ଉଲଗ୍ନ କରିବେ ମଝିରାସ୍ତାରେ ତାଙ୍କୁ ।

ଆସ ଆସ ମୋ ଭାଇ ଭଉଣୀ

ବିଧାନସଭା ଆଗେ ଦେବା ଧାରଣା

ମଦମୁକ୍ତ ଓଡିଶା ଗଠନ କରିବାକୁ

ଭାଙ୍ଗିବା ସରକାର ମନ ଆଇନା ।



Rate this content
Log in